ହିଂସାକାଣ୍ଡର ପ୍ରଚ୍ଛଦପଟ୍ଟ ଖଳନାୟକ ନବୀନ ଶେଷରେ ପୋଲିସ ଖାପଚରେ

0

 ବେଙ୍ଗାଲୁରୁ : ଶେଷରେ ଗିରଫ ହୋଇଛନ୍ତି  ବିବାଦୀୟ ସୋସିଆଲ ମିଡ଼ିଆ  ପୋଷ୍ଟ କରି  ବେଙ୍ଗାଲୁରୁରେ  ହିଂସାକାଣ୍ଡର କାରଣ ପାଲଟିଥିବା ନବୀନ | ନବୀନଙ୍କ ଏକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଗତକାଲି ରାତିରେ ବେଙ୍ଗାଲୁରୁରେ ଘଟିଥିଲା ହିଂସା |ସୋସିଆଲ ମିଡିଆରେ ଅପମାନଜନକ ପୋଷ୍ଟ ସେୟାର କରି ଅଭିଯୁକ୍ତ ନବୀନଙ୍କୁ ଗିରଫ କରାଯାଇଛି ବୋଲି  ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ସୂଚନା ଦେଇଛନ୍ତି |  କର୍ଣ୍ଣାଟକର ବେଙ୍ଗାଲୁରୁର ଡିଜେ ହାଲୀ ଏବଂ କେଜି ହଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏହି  ହିଂସାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 60 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।  ହିଂସା ଘଟଣାରେ ୧୧୦  ଜଣଙ୍କୁ ଗିରଫ କରାଯାଇଛି। ଅଧିକ ଗିରଫ କରାଯାଉଛି ବୋଲି କହିଛନ୍ତି  ବେଙ୍ଗାଲୁରୁ ଯୁଗ୍ମ ପୋଲିସ କମିଶନର (କ୍ରାଇମ) ସନ୍ଦୀପ ପାଟିଲ |

Leave A Reply

Your email address will not be published.