ଚବିଶି ଘଂଟାରେ ୬୦,୯୬୩ ଆକ୍ରାନ୍ତ, ୮୩୪  ମୃତ 

18

ଗତକାଲି ଦେଶରେ ମୋଟ ୭,୩୩,୪୪୯ ନମୁନା ପରୀକ୍ଷା

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୦,୯୬୩  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୩୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୩,୨୯,୬୩୯ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬୪୩୯୪୮  ଜଣ | ଏ ଯାବତ ଦେଶରେ ୧୬୩୯୬୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା  ୪୬୦୯୧ ରେ ପହଂଚିଛି |  ତଥ୍ୟ ଅନୁଯାୟୀ ,ଗତକାଲି ଦେଶରେ ମୋଟ ୭,୩୩,୪୪୯ ନମୁନା ପରୀକ୍ଷା କରାଯାଇଥିବା ବେଳେ  ଏଯାବତ ମୋଟ ୨,୬୦,୧୫,୨୯୭   ନମୁନା ଯାଞ୍ଚ କରାଯାଇ ସାରିଲାଣି | 

Leave A Reply

Your email address will not be published.