“ୟୁରିଆ ସାର ବ୍ୟାପକ କଲା ବଜାର, ସରକାର କଲା ବଜାରୀଙ୍କୁ ସୁରକ୍ଷା ଦେଉଛି” : ପ୍ରଦୀପ ପୁରୋହିତ

0

ବରଗଡ଼(ଶାସକ ପ୍ରଶାସକ):ସାରା ଓଡିଶାରେ ଏବେ  ବ୍ୟାପକ ମାତ୍ରାରେ  ୟୁରିଆ ସାର କଲା ବଜାର ଚାଲିଛି  । ଅସାଧୁ ବେପାରୀ ମାନେ ହଜାର ହଜାର କ୍ବିଣ୍ଟାଲ ସାର ଗଛିତ ରଖି ସାର ବସ୍ତା ପ୍ରତି ୪୫୦  ଟଙ୍କା ରୁ ୫ ଶହ  ଟଙ୍କା ପର୍ଯ୍ୟନ୍ତ ଚାଷୀ ମାନଙ୍କୁ କଲା ବଜାରରେ ବିକ୍ରି କରୁଛନ୍ତି  । ଚାଷ କାର୍ଯ୍ୟ ପାଇଁ ବିଶେଷ କରି ଧାନ ଚାଷ କାର୍ଯ୍ୟରେ ୟୁରିଆ ସାରର ଆବଶ୍ୟକତା ଥିବାରୁ ଚାଷୀ ମାନେ ବସ୍ତା ପ୍ରତି ସରକାରୀ ଦର ୨୬୬ ଟଙ୍କା ୫୦ପଇସା ହୋଇ ଥିବା ବେଳେ  ପାଖାପାଖି ୨ ଶହ ଟଙ୍କା ରୁ ଅଧିକ ଦର ନେଇ କଲା ବଜାରି ମାନଙ୍କ ଠାରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି  । କୃଷି ବିଭାଗର ଅଧିକାରୀ ମାନଙ୍କ ମଧୁ ଚନ୍ଦ୍ରିକାରେ ଖୋଲା ଖୋଲି ଭାବେ ବଜାର ମାନଙ୍କରେ ୟୁରିଆ ସାର ବସ୍ତା ପ୍ରତି ୪୫୦ ଟଙ୍କାରୁ ୫ ଶହ ଟଙ୍କାରେ ଅବାଧରେ ବିକ୍ରି ଚାଲିଛି  । ଲୋକ ଦେଖାଣିଆ ଭାବେ କୃଷି ଅଧିକାରୀ ମାନେ ନାମକୁ ମାତ୍ର କେତେକ  ବ୍ଯାବସାୟୀଙ୍କ ଗୋଦାମ ଘର ଯାଞ୍ଚ ଚଳାଇଛନ୍ତି  । ଛତିଶଗଡ ରାଜ୍ୟ ରୁ ଓଡିଶା ର ସୀମାନ୍ତବର୍ତ୍ତୀ ଜିଲ୍ଲା ବରଗଡ଼, ସମ୍ବଲପୁର, ଝାରସୁଗୁଡା,କଳାହାଣ୍ଡି,ନୁଆଁପଡା, ବଲାଙ୍ଗୀର, ସୋନପୁର, ନବରଙ୍ଗପୁର ଆଦିକୁ ବ୍ଯାପକ ମାତ୍ରାରେ ୟୁପିଏ ସାର କଲା ବଜାର ରେ ଆସି ବିକ୍ରୀ ହେଉଛି  । ପ୍ରତି ୟୁରିଆ ବସ୍ତାରେ ୪୫ କେଜି ସାର ର ପେକେଟ୍ ହେଉଥିବା ବେଳେ ୪୨ କେଜି ଭର୍ତ୍ତି ୟୁରିଆ ସାର ବିକ୍ରି ହେଉଛି  । କରୋନା ସମୟରେ ଚାଷୀ ବସ୍ତା ପ୍ରତି ୩ କେଜି କମ୍  ପାଉଥିବା ବେଳେ ୨ ଶହରୁ ଅଧିକ ଟଙ୍କା  ଦେଇ ସର୍ବଶାନ୍ତ ହେଉଛି  । ସାର କିଣାବିକାରେ ଚାଷୀଙ୍କ ଠାରୁ କୋଟି ଟଙ୍କା ଲୁଟ ହେଉଛି । ଉପଯୁକ୍ତ ମୂଲ୍ୟ ରେ ଚାଷୀକୁ ସାର ଯୋଗାଇ ଦେବା ରାଜ୍ୟ ସରକାର ଙ୍କ ଦାୟିତ୍ବ ଥିବା ବେଳେ ରାଜ୍ୟ ସରକାର ସାର କଲା ବଜାରୀ ମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି  ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମତ ପ୍ରକାଶ କରିବା ସହ ଆଜି ଟେଲି ଫୋନ ଯୋଗେ ସାର କଲା ବଜାର ରାଜ୍ୟ ରେ ଚାଲିଥିବା ସଂପର୍କରେ ଓଡିଶା ସରକାର ଙ୍କ କୃଷି ବିଭାଗ ଶାସନ ସଚିବ  ସୌରଭ ଗର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.