ଜିଲ୍ଲାରେ ସାରର ଅଭାବୀ ବିକ୍ରି ନେଇ ବିରୋଧ ପ୍ରକଟ କଲେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାରେ କୃଷିକାର୍ଯ୍ୟ ନିମନ୍ତେ ରାସାୟନିକ ସାରର ଅଭାବୀ ବିକ୍ରି ନେଇ ଅଭିଯୋଗ ଆଣିଛି ଜିଲ୍ଲା ବିଜେପି। ଏହା ନେଇ ଜିଲ୍ଲା ବିଜେପି ସଭାପତି ଶ୍ରୀ  ମଙ୍ଗଳ ସାହୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି। 

ନିଜ ପତ୍ରରେ ଉଲ୍ଲେଖ କରି ଶ୍ରୀ ସାହୁ କହିଛନ୍ତି ଯେ ଚଳିତ ବର୍ଷ ଜିଲ୍ଲାର ଚାଷୀମାନଙ୍କୁ ୫୦୦୦ ଟନ୍ ରାସାୟନିକ ସାର ଯୋଗାଇବା ଥିଲା।କିନ୍ତୁ ଏପର୍ଯ୍ୟନ୍ତ ଯୋଗାଇ ଦିଆ ଯାଇଛି କେବଳ ୨୦୦୦ ଟନ୍ ସାର। ଫଳରେ ଚାଷୀମାନଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। କୃଷି ଋଣ ସଂସ୍ଥା ବା ପାକ୍ସ (PACS)ରୁ ସାର କିଣିଲେ ଚାଷୀକୁ ମାତ୍ର ବସ୍ତା ପ୍ରତି 

୨୬୬.୫୦ ଟଙ୍କା ପଡ଼ୁଥିବା ବେଳେ ବାହାର ବଜାରରୁ କିଣିବା ବେଳେ ଏହା ୫୫୦ ଟଙ୍କା ପଡ଼ିଥାଏ। ଏହା ଚାଷୀକୁ ଅଯଥା ଖର୍ଚ୍ଚାନ୍ତ କରିବା ସହ ତାର ଲାଭରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏଣୁ ଏହା ଉପରେ ଦୃଷ୍ଟି ଦେବାକୁ ଜିଲ୍ଲା ବିଜେପି ଜିଲ୍ଲାପାଳଙ୍କୁ ଦାବି କରିଅଛି।

Leave A Reply

Your email address will not be published.