କୋଭିଡ ମାର୍ଗଦର୍ଶିକା ଉଲ୍ଲଙ୍ଘନରେ ବିଜେପି ସକ୍ରିୟ: ବିଜେଡି

0

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶାର ବିଜେପି ନେତାମାନେ କୋଭିଡ ମାର୍ଗଦର୍ଶିକା ପାଳନରେ ସହଯୋଗ କରିବା ବଦଳରେ ସକି୍ରୟ ଭାବେ ଏହାକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ଅବସ୍ଥା ଏଭଳି ହୋଇଛି ଯେ ବିଜେପି ନେତାମାନେ ଏବେ ଟିଭିରେ ମୁହଁ ଦେଖାଇବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି । ଏଭଳି ରାଜନୀତି ଖେଳ ଓଡିଶା ବିଜେପିର ଅସଲ ଚେହେରାକୁ ପଦାରେ ପକାଇ ଦେଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଜେପିର ଆଗଧାଡିର ନେତାମାନେ କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ ବାରମ୍ବାର ଅପିଲ କରୁଥିବାବେଳେ ଓଡିଶା ବିଜେପି ନେତାମାନେ ୱେବନାର କିମ୍ବା ଭିଡିଓ କନ୍‍ଫରେନ୍ସି ଜରିଆରେ କର୍ମଶାଳା ଆୟୋଜନକରି କୋଭିଡ ନିର୍ଦ୍ଧେଶାବଳୀ କିଭଳି ପାଳନ କରାଯିବ ସେ  ସଂକ୍ରାନ୍ତରେ ଦଳର କର୍ମୀମାନଙ୍କୁ ପରାମର୍ଶ ଦେବା ଆବଶ୍ୟକ । ଓଡିଶାର ବିଜେପି ନେତାମାନେ ଯଦି କୋଭିଡ ମାର୍ଗଦର୍ଶିକା ପାଳନ କରିବେ ନାହିଁ ତେବେ ସେମାନେ କେବଳ କରୋନା ସଂକ୍ରମିତ ହୋଇ ନିଜେ ବିପଦରେ ପଡିବେ ନାହିଁ ବରଂ ଜଣେ ଜଣେ କରୋନା ସୁପରସ୍ପେ୍ରଡର ଏବଂ ଭିଲିଆନ ଭାବେ ଉଭା ହେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

 

Leave A Reply

Your email address will not be published.