ଜୟ ନାରାୟଣ ଓ ନାଉରୀଙ୍କ ନାଁରେ ମାମଲା ରୁଜୁ 

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନାଁରେ  ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଛି। ଉଭୟ ବିଧାୟକଙ୍କ ସମେତ ୧୦ ଜଣ ସମର୍ଥକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏତଲାରେ କୋଭିଡ ମାର୍ଗଦର୍ଶିକା ଉଲ୍ଲଂଘନ ସହ ପୋଲିସ ଅଧିକାରୀଙ୍କୁ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆଜି ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାୟକ ବିଭିନ୍ନ ଦାବି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଅନ୍ୟପଟରେ କୋଭିଡ-୧୯ ଯୋଗୁଁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆଗାମୀ ଅଗଷ୍ଟ ୩୧ ଯାଏଁ ସର୍ବସାଧାରଣଙ୍କ ପାଇଁ  କଟକଣା ଲାଗିଛି। କିନ୍ତୁ ବିଧାୟକମାନେ ନିର୍ଦ୍ଦେଶ ନମାନି ଓ ପୋଲିସ କୁ ଖାତିର ନକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପ୍ରବେଶ କରିଥିଲେ l

Leave A Reply

Your email address will not be published.