ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୪୮,୯୧୬ ଜଣ କରୋନା ଆକ୍ରାନ୍ତ | ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୮,୯୧୬ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୫୭ ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୮୬୧ ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୩୧,୩୫୮ ଛୁଇଁଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୬,୦୭୧ ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୮,୪୯,୪୩୧ ଜଣ | ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୫୮,୪୯ ,୦୬୮ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୪,୨୦,୮୯୮ ନମୁନା ଯାଞ୍ଚ କରାଯାଇଛି ବୋଲି Indian Council of Medical Research (ICMR) ପକ୍ଷରୁ ସୂଚନା ଦିଆଯାଇଛି |
Sign in
Sign in
Recover your password.
A password will be e-mailed to you.
Next Post