ତାଲପାଲି ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

0

ଗାଇସିଲେଟ/କେଦାର ନାଥ ସାହୁ  : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତକୁ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ସାହୁ  ଶନିବାର ଓ ରବିବାର  ଦୁଇ ଦିନ ପାଇଁ  ସଟ୍ ଡାଉନ ଘୋଷଣା କରିଛନ୍ତି। ଦିନକୁ ଦିନ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ ସାମାଜିକ ଦୂରତ୍ବ ନରଖି ଭିଡ ଜମାଉଥିବାରୁ ସରପଞ୍ଚ ଶ୍ରୀଯୁକ୍ତ ସାହୁ ରାଜ୍ୟ ସରକାରଙ୍କଠାରୁ ପାଇଥିବା ଜିଲ୍ଲାପାଳଙ୍କ କ୍ଷମତାର ପ୍ରଯୋଗ କରି ତାଲପାଲି ଗ୍ରାମ ପଞ୍ଚାୟତକୁ ଦୁଇଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି। ଔଷଧ,କିଟନାଶକ, ବ୍ୟାଙ୍କ ତଥା ଅନ୍ୟ ଅତ୍ୟାବଶକ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବା ସହ ଜରୁରୀ କାର୍ଯ୍ୟ ପାଇଁ ଘରୁ ବାହାରିଲେ ମୁହଁରେ ମାସ୍କ ଲଗେଇବାପାଇଁ ତାଲପାଲି ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ଅନୁରୋଧ କରିଛନ୍ତି।ଏହା ବ୍ୟତୀତ ଏହି ସଟ ଡାଉନ ସମୟ ମଧ୍ୟରେ ଯେଉଁ ବ୍ୟକ୍ତି ତଥା ବ୍ୟବସାୟି କୋଭିଡ-୧୯ ନିୟମକୁ ଉଲ୍ଲଘଂନ କରେ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.