କୋରୋନା ରୋଗୀଙ୍କ ମୃତ୍ୟୁ! 

0

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ରଘୁନାଥପାଲିସ୍ଥିତ ନିଷିଦ୍ଧାଞ୍ଚଳର ଏକ ୭୪ ବର୍ଷ ବୟସ୍କ ରାଉରକେଲା ସ୍ଥିତ ହାଇ-ଟେକ୍ କୋଭିଡ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ଝାରସୁଗୁଡ଼ା ଏଡିଏମ ସ୍ପଷ୍ଟ କରିଛନ୍ତି। ୧୨ ଜୁଲାଇରୁ ରଘୁନାଥପାଲି ଟିଏମସିରେ ଅନ୍ୟ ୨୮ ଜଣଙ୍କ ସହ ତାଙ୍କର ଏକ ସଂପର୍କୀୟ କୋରୋନା ପଜିଟିଭ ବାହାରିବା ପରେ ସ୍ଥାନାନ୍ତରିତ ହୋଇଥିଲେ। ଏହା ପୂର୍ବରୁ ଜଣେ ୭୦ ବର୍ଷ ବୟସ୍କା ମହିଳା ମଧ୍ୟ ଏହି କ୍ବାରେନ୍ଟାଇନ୍ କେନ୍ଦ୍ରରେ ଗତ ୧୯ ଜୁଲାଇରେ ମୃତ୍ୟୁ ହୋଇଥିଲା। ଏହାପରେ ସ୍ବାସ୍ଥ୍ୟ ବିଭାଗ ଏକ ତ୍ବରିତ କିଟ ପରୀକ୍ଷା କରିଥିଲେ। ଆଜି ମୃତ୍ୟୁ ବରଣ କରିଥିବା ଏହି ବୃଦ୍ଧ ମଧ୍ୟ ସେହି ଦିନରେ କରୋନା ପଜିଟିଭ ଥିବା ରିପୋର୍ଟ ଆସିଥିଲା। ପ୍ରଥମେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲକୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା ଏବଂ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ଏଡିଏମଙ୍କ ସୂଚନା ମୁତାବକ ଚିକିତ୍ସାଧୀନ ଥିବା ଏହି ବ୍ୟକ୍ତି ପୂର୍ବରୁ ମଧ୍ୟ ବିଭିନ୍ନ ରୋଗଦ୍ବାରା ପୀଡ଼ିତ ଥିଲେ । କୋଲାବିରା ବିଡ଼ିଓ ମଧ୍ୟ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.