ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଛାଡି ଯୁବକ ଗିରଫ ।

0

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ଜିଲ୍ଲା ପୁରୁଣାବସ୍ତି ଅଞ୍ଚଳ ର ଜଣେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରି ଆଜି ରୋହିତ ଶର୍ମା (୩୬) ଆଦି ନାମକ ଯୁବକ କୁ ଝାରସୁଗୁଡା ଟାଉନ ଥାନାପୋଲିସ ଗିରଫ କରିଛି ରୋହିତ ବିବାହିତ ଥିବା ବେଳେ ତାଙ୍କ ଘର ଛତିଶଗଡ ବିଲସପୁର ରେ ସେ ପ୍ରାୟ ଦଶ ବର୍ଷ ରୁ ଉର୍ଦ୍ଧ୍ବ ହେବ ଝାରସୁଗୁଡ଼ାରେ ରହୁଛନ୍ତି ସେ ପୁରୁଣାବସ୍ତି ଶୁଖୁଆ ଗୋଦାମ ରେ ଭଡାରେ ରହୁଥିବା ବେଳେ ସେହି ଅଞ୍ଚଳରେ ରହୁଥିବା ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହେଇଥିଲା ଏବଂ ସେ ଉକ୍ତ ଯୁବତୀ ସହ ମିଲା ମିଶା ଓ ଫୋନ କଲ ରେ କଥାବାର୍ତା ଭିଡ଼ିଓ କଲ ମଧ୍ୟ ହେଉଥିଲା ସେହି ସମୟରେ ଉକ୍ତ ଯୁବତୀ ଙ୍କ ଆପତ୍ତି ଜନକ ଫୋଟୋ ସ୍କ୍ରିନ ସଟରେ ଉଠେଇ କିଛି ସୋସିଆଲ ମିଡିଆ ରେ ଭାଇରାଲ କରିଥିବାର ଲିଖିତ ଅଭିଯୋଗ ଥାନାରେ କରିଥିଲେ ।ଥାନାରେ ମାମଲା ରୁଜୁ କରି ୩୫୪ ଆଇପିସି ଆକ୍ଟ ରେ ଗିରଫ କରି ଅଧିକ ତଦନ୍ତ ଚଳୁଥିବାର ସୂଚନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.