ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗ ଦେହାନ୍ତ

0

ସୁନ୍ଦରଗଡ଼ / ହୋରାଚାନ୍ଦ ଦେହୁରୀଆ : – ଜ଼ିଲ୍ଲା  ଓକିଲ ସଂଘ ସୁନ୍ଦରଗଡ଼ର ବରିଷ୍ଠ ସଦସ୍ୟ ତଥା ରଘୁନାଥପାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ଆଜି ଅପରାହ୍ନ ୧ ଘଟିକା ସମୟରେ  ତାଙ୍କ ସୁନ୍ଦରଗଡ଼ ମହେଶଡ଼ିହି  ସ୍ଥିତ  ବାସଭବନରେ ପରଲୋକ ହୋଇଯାଇଛି । ସେ୫ ଅକ୍ଟୋବର ୧୯୪୬ମସିହାରେ  ଜନ୍ମଗ୍ରହଣ କରିଥିଲେ  ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତ ସୋରେଙ୍ଗ ୧୯୭୪ ରେ ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ମିଲିଟାରୀ ପୋଲିସରେ ଦୀର୍ଘ ୬ ବର୍ଷ ଧରି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିଥିବା ବେଳେ ସେ ରାଜ୍ୟପାଳଙ୍କ ସୁରକ୍ଷା ଅଧିକାରୀ ଭାବେ ମଧ୍ୟ କିଛି ଦିନ ନିୟୋଜିତ ଥିଲେ l ପରେ ଚାକିରୀ ରୁ ଇସ୍ତଫା ଦେଇ ରାଜନିତୀରେ ଯୋଗ ଦେଇ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ରଘୁନାଥପାଲି ନିର୍ବାଚନମଣ୍ଡଳୀରୁ ୧୯୮୦ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ରୁ୧୯୮୫ ପର୍ଯ୍ୟନ୍ତ ସେ ବିଧାୟକ ରହିଥିବା ବେଳେ ରଘୁନାଥପାଲି ସମେତ ଜିଲ୍ଳାର ଅନେକ କଲ୍ୟାଣମୂଳକ କାର୍ଯ୍ୟରେ ନିୟୋଜିତ ରହିଥିଲେ । ସେ ତାଙ୍କ ଛାତ୍ରାବସ୍ଥାରେ  ୧୯୭୦ ରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ର ସାଧାରଣ ସଂପାଦକ ଦାୟିତ୍ୱରେ ରହି ଦିଲ୍ଲୀ ଛାତ୍ର ସମ୍ମିଳନୀରେ ପ୍ରତିନିଧିତ୍ୱ କରିଥିଲେ । ସେ ଜଣେ ବରିଷ୍ଠ ଓକିଲ  ଭାବେ ସୁନ୍ଦରଗଡ଼ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ଆଜି ତାଙ୍କ ବିୟୋଗ ଖବର ପାଇଲା ପରେ ଜ଼ିଲ୍ଲା  ଓକିଲ ସଂଘ ସୁନ୍ଦରଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବି   ନିମାଇଁ ଚରଣ ନାଏକ,  ଅଶୋକ କୁମାର ଦାସ, ପୂର୍ବତନ ସଭାପତି ଦୁଷ୍ମନ୍ତ କୁମାର ନାଏକ, ଇନ୍ତ୍ରୀମ  କମିଟି ସଦସ୍ୟ ସ୍ୱରାଜ ପଟେଲ,  କିଶୋର ନାଏକ, ସୁକାନ୍ତ ମହାପାତ୍ର, ନିରଜ ସାମନ୍ତରାୟ, ନରେଶ ନାଏକ, ପୂର୍ବତନ ସମ୍ପାଦକ ଅଶୋକ କୁମାର ସ୍ୱାଇଁ, ମନୋଜ ମହାରଣା, ପ୍ରିତିଶ ମିଶ୍ର, ସତ୍ୟଜିତ ପଣ୍ଡା, ରବୀନ୍ଦ୍ର ମାଳି, ଏମ. ଡି. ସମିମ, ସୁନୀଲ କୁମାର ରାଏ  ପ୍ରମୁଖ ତାଙ୍କ ମହେଶଡିହି ସ୍ଥିତ ବାସ ଭଵନ କୁ ଯାଇ ତାଙ୍କ ଶେଷ ଦର୍ଶନ କରି ତାଙ୍କ ମର ଶରୀର ରେ  ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  l

 

Leave A Reply

Your email address will not be published.