ଝାରସୁଗୁଡ଼ା ବିଟିଏମ ପଡ଼ିଆରେ ଅଚିହ୍ନା ଶବ ଠାବ।

0

ଝାରସୁଗୁଡ଼ା -(ସୁଭାଷ ସହାରେ) : ଝାରସୁଗୁଡ଼ା ଥାନା ଅଞ୍ଚଳ ଅନ୍ତର୍ଗତ ବିଟିଏମ ପଡ଼ିଆରେ ଏକ ଅଚିହ୍ନା ଶବ ମିଳିଛି। ଲାଲ ଟି ସାର୍ଟ ଓ ଧୂସର ରଙ୍ଗର ଏକ ବରମୁଡା ପିନ୍ଧିଥିବା ଏହି ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ରୁ ୪୨ ବର୍ଷ ମଧ୍ୟରେ ବୋଲି ଅନୁମାନ କରାଯାଉଛି। ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ। 

ଝାରସୁଗୁଡ଼ା ପୋଲିସ ଲୋକଙ୍କୁ ମୃତ ବ୍ୟକ୍ତିଙ୍କ ଫଟୋ ସ୍ଥାନୀୟ ଅଞ୍ଚଳରେ ପ୍ରସାରିତ କରି ମୃତ ବ୍ୟକ୍ତିଙ୍କ ପରିଚୟ ପାଇବାରେ ପୋଲିସକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଯେ କୌଣସି ସହୃଦୟ ବ୍ୟକ୍ତି ତାଙ୍କର ପରିଚୟ ପାଇଲେ ଆଇଆଇସି ବା ଝାରସୁଗୁଡ଼ା ଥାନାରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.