ବିଜେଡି ସାଧାରଣ ସମ୍ପାଦକ ଯୋଗେଶ ସିଂଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

0

ସୁନ୍ଦରଗଡ଼ ବିଜୁ ଜନତା ଦଳ କର୍ମୀଙ୍କ ପକ୍ଷରୁ ନବୀନ ବାବୁଙ୍କୁ କୃତଜ୍ଞତା 

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ବିଜୁ ଜନତା ଦଳ ସୁପ୍ରିମୋ  ନବୀନ ପଟନାୟକ  ପ୍ରଥମ ଥର ପାଇଁ  ସୁନ୍ଦରଗଡ଼ ଜ଼ିଲ୍ଲାରୁ  ଜଣେ ଟାଣୁଆ ଯୁବ ନେତା ତଥା ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂଙ୍କୁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ  ପଦ ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ  ସହିତ ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀଙ୍କ ଉନ୍ନତି ନିମନ୍ତେ  ଦାୟିତ୍ୱ ପ୍ରଦାନ କରିଥିବାରୁ ସୁନ୍ଦରଗଡ଼ ବିଜୁ ଜନତା ଦଳ କର୍ମୀ ଙ୍କ ମହଲରେ ଖୁସି ର ଲହରୀ ଖେଳି ଯାଇଛି l ଶ୍ରୀ ଯୋଗେଶ କୁମାର ସିଂ  ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ସୁନ୍ଦରଗଡ଼  ସାଙ୍ଗଠନିକ ବିଜୁ ଜନତା ଜଳ  ପକ୍ଷରୁ ତାଙ୍କୁ  ଆଜି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି  l

ସୁନ୍ଦରଗଡ଼ ସାଙ୍ଗଠନିକ ବିଜୁ ଜନତା ଦଳ ପକ୍ଷରୁ  ସୁନ୍ଦରଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ତଥା ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ ଙ୍କ ଅଧକ୍ଷତାରେ  ହେମଗିର ବ୍ଲକ ସଭାପତି ଉପେନ୍ଦ୍ର ଭୋଇ, ସଦର ବ୍ଲକ ସଭାପତି ତଥା  ବ୍ଲକ ଉପାଧ୍ୟାକ୍ଷ ଶ୍ରୀ  ଅଶ୍ଵିନୀ କୁମାର ନାଏକ,ଟାଙ୍ଗରପାଲି ବ୍ଲକ ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ, ଟାଉନ ସଭାପତି ସୁରେନ୍ଦ୍ର କୁମାର ଭିତରିଆ, ବାଲିଶଙ୍କରା ବ୍ଲକ ସଭାପତି କେଶବ ରାଣା, ବଡ଼ଗାଁ ବ୍ଲକ ସଭାପତି ଦେବାଶିଷ ମିଶ୍ର, ଲେଫ୍ରିପଡା ବ୍ଲକ ସଭାପତି ପ୍ରଶାନ୍ତ ପ୍ରୂସେଠ,  ସୁନ୍ଦରଗଡ଼ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ,   ବରିଷ୍ଠ ନେତା ଜନ୍ମଜେୟ ମହାପାତ୍ର, ହରଜେନ୍ଦ୍ର ସିଂ, ଜିତେନ୍ଦ୍ରିୟ କର, ଗୋପ ମହାନ୍ତି, ଲଲାଟେନ୍ଦୁ ପରିଡା, ଜୟ ନାରାୟଣ ତ୍ରିପାଠୀ,ସୁନିଲ ପାଟଜୋଷୀ, ବିଜୁ ଛାତ୍ର ଜନତା ଦଳ  ପଶ୍ଚିମାଞ୍ଚଲ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ କୁମାର ନାଏକ,ପୂର୍ବତନ କାଉନ୍ସିଲର ପଞ୍ଚା ବାରଲା, ଯୁବନେତା  ଷ୍ଟିଫେନ ଉଇଲସନ ସୋରେଙ୍ଗ, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ  ଙ୍କ ସମେତ ବରିଷ୍ଠ ଆଇନଜୀବି ଦୁବରାଜ ନାଏକ, କିଶୋର କୁମାର ନାଏକ, ଧର୍ମେଶ କୁମାର ପଟେଲ, ପ୍ରଦିପ ମହାପାତ୍ର, ସ୍ୱରାଜ ପଟେଲ, ଅଶୋକ କୁମାର ନାଏକ,ସୁନ୍ଦର ଲାଲ ବେହେରା, ପ୍ରଣବ କୁମାର ହାତି,  କୀର୍ତି କୃଷ୍ଣ ସାମନ୍ତରାୟ, ସୁଶାନ୍ତ ସେଠି, ସୁମନ୍ତ ସାହୁ,  ପ୍ରତିମା ମିଶ୍ର, ତନୁଜା ମହାନ୍ତି, ଅନୁସୟା ନାଏକ, ଦୁଲାରୀ ନାଗ ଆଇନଜୀବି ପ୍ରମୁଖ ପୁଷ୍ପ ଗୁଚ୍ଛା ଓ ଉତ୍ତରୀୟ ଦେଇ ଶ୍ରୀ ଯୋଗେଶ କୁମାର ସିଂ ମହୋଦୟ  ଙ୍କୁ  ସମ୍ବର୍ଦ୍ଧନା ଜଣାଇବା  ସହ  ଦଳ ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ  l

ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ  ପୂବତନ କାଉନ୍ସିଲର ବୀଣା ସାହୁ,ଆଇନଜୀବି ଅଞ୍ଜନା ସାହୁ ଶୋଭନ ଦାସ, ରାମ ନାଏକ, ଅମୃତ ଶେଖର ଦେଓ, ଜଗଦୀଶ ସାହୁ,  ଶିବାଜୀ ନାଏକ, କିଶୋର ସାହୁ, ନିତେଇ ପଟେଲ, ପ୍ରଦିପ ସାହୁ, ସୁନିଲ ମହାପାତ୍ର, ଅନିଲ ମହାପାତ୍ର,କାର୍ତିକ ରକସା, ଦୁର୍ଗେଶ ପଟେଲ, ବୀରେନ୍ଦ୍ର ପଟେଲ, ଅଜୟ ଅଗ୍ରୱାଲ, ପ୍ରମୋଦ ପତି, ହେମନ୍ତ ମେହେର, ପ୍ରଶାନ୍ତ ପଟେଲ , ଶାନ୍ତ ଧୁରୁଆ, ପ୍ରକାଶ ବହିଦାର,  ତ୍ରିଲୋଚନ କୋକ, ସେହଭାଜ ହୁସେନ,ବାବଲୁ ଦେହୁରୀ,ରାଜେଶ ପାଢ଼ୀ, ମେହତାବ,  ମୁନୁ ଘୋଷ,  ଅନିରୁଦ୍ଧ ସାହୁ, ଦିନେଶ ଠାକୁର, ମୁକେଶ ପୁରୋହିତ,ଆଶିଷ ପଶାୟତ,  ସୁବ୍ରତ ନାଏକ, ଅମିତ ପଟେଲ,ଅଜୟ ଅମାତ,  ରାକେଶ ଜେନା, ଆଶିଷ ତ୍ରିପାଠୀ, ମାନସ ବେହେରା, ବିଟୁ ଯୋଶୀ, ରେହାନ ଖାନ, ପିନୁ ଶର୍ମା, ସମ୍ବିତ ମିଶ୍ର , ସଞ୍ଜୟ ନାଏକ, ସୁରଜ ମକର, ପ୍ରଦୀପ ନାଏକ, ସ୍ଵର୍ଣ ମାଝୀ, ଟୀକାୟତ ଶେଖର ଦେଓ  ସମେତ ଅନ୍ୟମାନେ ଯୋଗ ଦେଇଥିଲେ l ସମ୍ବର୍ଦ୍ଧନା ଉତ୍ତରରେ ଶ୍ରୀ ଯୋଗେଶ କୁମାର ସିଂ ଆମେ ସମସ୍ତେ ଏକ ହୋଇ ଦଳ ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରିବା ଓ ଦଳକୁ ସଂଗଠିତ କରିବା ବୋଲି ଆହ୍ୱାନ ଦେଇଥିଲେ l

Leave A Reply

Your email address will not be published.