ଖେଳୁ ଖେଳୁ ସରିଗଲା ଖେଳ 

0

କୂଅରେ ପଡି ଶିଶୁ ର ଜୀବନ ଗଲା

କୋମନା(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଲି ଗାଁରେ ଖେଳୁଥିବା ବେଳେ କୂଅରେ ପଡି ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ କହ୍ନେୟା (୫) । ଏନେଇ କୋମନା ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ,  ପୂର୍ବାହ୍ନ ୧୧ଟା ସମୟରେ ପାଣ୍ଡେଲବାହାଲି ଗାଁର ତୁକାରାମ ଦୁରିଆଙ୍କ ବଡ ପୁଅ କ୍ରିଷ୍ଣା (୭) ଓ ସାନ ପୁଅ କହ୍ନେୟା (୫) ଏବଂ ଗାଁର ଦିଗାମ୍ବର ତାଣ୍ଡିଙ୍କ ପୁଅ ଆରତ (୫) ଘର ସମ୍ମୁଖରେ ଖେଳୁଥିଲେ । ଘର ଠାରୁ ପ୍ରାୟ ଶହେ ମିଟର ଦୂରରେ ଗାଁର ଧନୁ ତାଣ୍ଡିଙ୍କ କୂଅ ଖୋଲା ରହିଥିଲା। ଏହି ୩ ଜଣ ଶିଶୁ ଖେଳୁଥିବା ବେଳେ କହ୍ନେୟା କୂଅରେ ପଡି ଯାଇଥିଲା।

ଏହି ଖବର ବଡ ପୁଅ କ୍ରିଷ୍ଣା ପରିବାର ଲୋକଙ୍କୁ ଜଣାଇବାରୁ କୋମନା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଥିଲେ। ଶବ ବ୍ୟବଚ୍ଛେଦ କରି ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 

 

 

Leave A Reply

Your email address will not be published.