ଆଖି ବୁଜିଦେଲେ ରାଜମାତା 

0

ମୟୂରଭଞ୍ଜ ରାଜମାତାଙ୍କ ତିରୋଧାନରେ ମର୍ମାହିତ ସମଗ୍ର ଜିଲ୍ଲା।

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ରାଜମାତା  ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା ।  ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୁରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ ।  ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ଗମନ କରିଥିଲେ। ତେବେ ଗତ ଜୁନ ୧୨ ରବିବାର ଅର୍ଦ୍ଧ ରାତ୍ରିରେ ରାଜମାତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ତିନି ଝିଅ ଓ ଜଣେ ପୁତ୍ର ଅଛନ୍ତି।ସେ ୧୯୫୨ ମସିହାରେ ବିବାହ କରିଥିବା ବେଳେ ପୂର୍ବତନ ବିଧାୟକ ତଥା ବିଜେଡି ସରକାରରେ କ୍ରୀଡା ମନ୍ତ୍ରୀ ରହିଥିବା ଏବଂ ବାର୍ତ୍ତମାନ ବିଜେପି ନେତା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମାତା। ପ୍ରାପ୍ତ ସୂଚନା ଅନୁଯାୟୀ ରାଜକୀୟ ନୀତି ନିୟମ ଅନୁସାରେ ରାଜପୁରୋହିତ ଚଣ୍ଡୀପୂଜା କରିବା ସହ ମହାରାଜା ଶୁଦ୍ଧିକ୍ରିୟା ହେବା ପରେ ରାଜମାତାଙ୍କ ପାର୍ଥିବ ଶରୀରକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ପ୍ରାସାଦ ବାହାରକୁ ଅଣାଯିବ।

 

Leave A Reply

Your email address will not be published.