·ପାଞ୍ଚହଜାର ଟଙ୍କା ପାଇଁ ଗଡ଼ିଲା ଦୁଇ ମୁଣ୍ଡ

0

 ଟ୍ରାକ୍ଟର ଡ୍ରାଇଭର ଦରମା ପାଉଣାକୁ ନେଇ ରକ୍ତାକ୍ତ ସଂଘର୍ଷ : ଦୁଇ ମୃତ ଆଠ ଗୁରୁତର।

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମଧ୍ୟରେ କେବଳ ପାଞ୍ଚ ହଜାର ଟଙ୍କା ଦରମା ବାବଦରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ବେଲ୍ ପଡା ବ୍ଲକ୍ ଦର୍ଲି ମୁଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି।  ଏହି ଗ୍ରାମର ବଞ୍ଛୋର ପରିବାର ଓ ରାଉତ ପରିବାର ମଧ୍ୟରେ ଏହି ସଂଘର୍ଷ ଘଟିଛି। ସୂଚନା ଅନୁସାରେ ଏହି ଗାଁର ମୋତିଲାଲ ବଞ୍ଛୋରଙ୍କ ଗୋଟିଏ ଟ୍ରାକ୍ଟର ଅଛି । ଯାହାକୁ ରାଉତ ପରିବାରର ଯୁବକ ମଙ୍ଗଳୁ ରାଉତ ଡ୍ରାଇଭର ଭାବରେ ଚଳାଇ ଆସୁଥିଲା।  ଦରମା ବାବଦରେ ତାଙ୍କର ପାଞ୍ଚ ହଜାର ପାଇବାର ଥିବା ବେଳେ ଏହି ଟଙ୍କା ପାଇଁ ଝଗଡା ହୋଇଥିଲା। ଯାହା ରକ୍ତାକ୍ତ ସଂଘର୍ଷରେ ପରିଣତ ହେବା ସହ ଖଣ୍ଡା ଓ ଟାଙ୍ଗିଆ ବୁଲିଥିଲା। ଫଳରେ ବଞ୍ଛୋର ପରିବାରର ଦୁଇ ଜଣ, ବାପା ମୋତିଲାଲ୍ ବଞ୍ଛୋର ଓ ତାଙ୍କ କୋଡ଼ିଏ ବର୍ଷର ପୁଅ ଚିନ୍ତାମଣି ବଞ୍ଛୋରକୁ ନିର୍ମମ ଭାବରେ ହତ୍ୟା କରିଥିଲେ।  ସେପଟେ ଦୁଇ ଗୋଷ୍ଟିର୍ ଆଠ ଜଣ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଥିବା ବେଳେ ଏମଧ୍ୟରୁ ପାଞ୍ଚ ଜନ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ସେପଟେ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଅଭିଯୁକ୍ତ ମାନେ ନିଜେ ଆହତ ହୋଇଥିବାରୁ ତାଙ୍କର ଚିକିତ୍ସା ଚାଲିଥିବାର ସୂଚନା ରହିଛି I

Leave A Reply

Your email address will not be published.