କିର୍ମିରା ବ୍ଲକ କଂଗ୍ରେସ ଦ୍ୱାରା ପେଟ୍ରୋଲ ଓ ଡିଜେଲ ର ଅହେତୁକ ଦର ବୃଦ୍ଧିକୁ ପ୍ରତିବାଦ ।

0

ଝାରସୁଗୁଡ଼ା : (ସୁଭାଷ ସହାରେ)-କିର୍ମିରା ବ୍ଲକ କଂଗ୍ରେସ ଦ୍ୱାରା ପେଟ୍ରୋଲ ଓ ଡିଜେଲ ର ଅହେତୁକ ଦର ବୃଦ୍ଧିକୁ ପ୍ରତିବାଦ । ଝାରସୁଗୁଡା ଜିଲ୍ଲାର କିର୍ମିରା ବ୍ଲକ ଦେଶରେ ହୁ ହୁ ହୋଇ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ଟଙ୍କାକୁ ପହଂଚିଗଲାଣି ।ବର୍ତ୍ତମାନ ମହାମାରୀ କୋରନାରେ ଜର୍ଜରିତ ଥିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦ୍ୱାରା ଏକ୍ସାଇଶ ଡ୍ୟୁଟି ଭାଟ ଆଦି ବୃଦ୍ଧି କରିବାରେ ଚାଲିଛନ୍ତି ।ଯାହା ଅଗଣତାନ୍ତ୍ରୀଙ୍କ ଓ ଅନୈତିକ ଅଟେ ପେଟ୍ରୋଲ ଡିଜେଲ ଦେଶର ଆର୍ଥିକ ପରିସ୍ଥିତି କୁ ନିୟନ୍ତ୍ରିତ କରିଥାଏ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ପେଟ୍ରୋଲ ଓ ଡିଜେଲ ଦର ଉପରେ ନିର୍ଭର କରେ ।ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଏ ଆଇ ସି ସି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶରେ କିର୍ମିରା ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।ଏହି ପ୍ରତିବାଦ ସଭାରେ କଂଗ୍ରେସ ସଭାପତି ଶ୍ରୀ ମହେନ୍ଦ୍ର ନାୟକ, ଭରତ ଅବସ୍ଥି, ଉମେଶ ପଟେଲ, ତପନ ରଣା, ନିରଞ୍ଜନ ନୂନ, ହେମନ୍ତ ଜଗଦଲା, ମନ୍ତୁ ଜଗତ, ଜିଲ୍ଲା କଂଗ୍ରେସ ତରଫରୁ ସିୟରାମ ଦାସ, ପ୍ରଦୀପଟା ପାତ୍ର,ସଞ୍ଜୟ ମହାପାତ୍ର, ସାରୁଖ ଖାଁ, ଭାଗିରଥି ପାତ୍ର, ରାହୁଲ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.