ବାରିପଦା(ଦିଲ୍ଲୀପ ମହାନ୍ତି )- ଏକ ପ୍ରାଥମିକ ନିଦ୍ୟାଳୟ ପରିସରରେ ଥିବା ଏକ ଗଛରେ ଜଣେ ଅପରିଚିତ ଯୁବକଙ୍କ ଝୁଲନ୍ତା ଶବକୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନ ଥାନା ଓ ପୌରପରିଷଦ ଅଧିନ ତୁଳସୀଚଉରା ପ୍ରାଥମିକ ବିଦ୍ୟାଳୟରେ। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଆଜି ପ୍ରାତଃଭ୍ରମଣ କରୁଥୁବ ସମୟରେ ଏହି ଦୃଶ ଦେଖିବାକୁ ପାଇବା ପରେ ସ୍ଥାନୀୟ ପୋଲିସ ଓ ବିଦ୍ୟାଳୟ ଶିକ୍ଷକଙ୍କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆତ୍ମହତ୍ୟା କରିଥିବା ବ୍ୟକ୍ତିକୁ ଚିହ୍ନଟ କରିବା ଓ ଆତ୍ମହତ୍ୟାର କାରଣ ଖୋଜିବା ଆରମ୍ଭ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post