ଟିଟିଲାଗଡରେ ବୃଦ୍ଧଙ୍କର ଆତ୍ମହତ୍ୟା।

0

ଟିଟିଲାଗଡ( ଗୌରବ ଦର୍ଜି)-ଟିଟିଲାଗଡ ସହରର ଗୋରୁବଜାର୍ ପଡାର ଏକ ୬୦ ବର୍ଷୀୟ ବୃଦ୍ଧ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧ ଜଣଙ୍କର ନାମ ଗିରିଧାରୀ ସାହୁ ବୋଲି ଜଣା ପଡିଛି। ସେ ବଲାଙ୍ଗୀରରେ ରହୁଥିଲେ | କିନ୍ତୁ କରୋନା ମହାମାରୀ ପାଇଁ ଟିଟିଲାଗଡ ନିଜ ବାସଭବନକୁ ଚାଲି ଆସିଥିଲେ। ପରିବାର ସଦସ୍ୟଙ୍କ କହିବାନୁସରେ ସେ ଗତକାଲି ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଘରେ ଶୋଇଥିଲେ। କିନ୍ତୁ ସେ ରାତିରେ କେତେବେଳେ ଆସି ଆତ୍ମହତ୍ୟା କରିଛନ୍ତି କେହି ଜାଣି ପାରି ନ ଥିଲେ। ଆଜି ସକାଳୁ ପ୍ରାୟ ୬ ଟା ସମୟ ରେ ପଡାବାସି ଜୋରକୁ ଗାଧୋଇ ଯିବା ସମୟ ରେ ଗଛରେ ଏକ ଶବ ଝୁଲୁଥିବା ଦେଖି ତାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ। ପରିବାର ସଦସ୍ୟ ଆସିବା ପରେ ଟିଟିଲାଗଡ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ।

Leave A Reply

Your email address will not be published.