ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବୁର୍ଲାଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ କର୍ଡୋଲା ଗ୍ରାମର ଜଣେ ବିବାହିତ ଯୁବକ ଗତ ଗୁରୁବାର ଦିନରୁ ନିଖୋଜ ଥିବାବେଳେ,୮ଦିନ ପରେ ଧନକଉଡା ବ୍ଲକ କୁଦ ଗୁଣ୍ଡେରପୁର ପଞ୍ଚାୟତ କୁଦ ତବଡା ମହାନଦୀ ମଝିସ୍ଥିତ ଏକ ବୁଦାରୁ ନିଖୋଜ ଯୁବକଙ୍କ ଗଳିତ ଶବ ଗୁରୁବାର ଉଦ୍ଧାର ହୋଇଛି।ମୃତ ଯୁବକ ଜଣକ ହେଲେ ବୁର୍ଲାଥାନା କର୍ଡୋଲା ଗ୍ରାମର ସ୍ବର୍ଗତ ମାଧବ ନାୟକଙ୍କ ଏକମାତ୍ର ପୁଅ ପଦ୍ମଲୋଚନ ନାୟକ ଓରଫ ପଦୁ (୪୫)। ଖବର ପାଇ ବୁର୍ଲାଥାନା ଚିପିଲିମା ଫାଣ୍ଡି ଅଧିକାରୀ ସୁକାନ୍ତ ଦାସ ଯାଇ ଗ୍ରାମବାସୀଙ୍କ ସହାୟତାରେ ଭାଷମାନ ଶବକୁ ଡଙ୍ଗା ସାହାଯ୍ୟରେ ଆଣି ନଦୀପଠାକୁ ଆଣିବାପରେ ମୃତକଙ୍କ ସ୍ତ୍ରୀ ମୀନତୀ ନାୟକ ଶବଟି ତାଙ୍କ ନିଖୋଜ ସ୍ବାମୀଙ୍କ ବୋଲି ପରିଚୟ ଦେବାପରେ ପଞ୍ଚନାମା ହୋଇଥିଲା।ପରେ ବୁର୍ଲା ଭୀମସାରରେ ଶବ ବ୍ୟବଛ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ହୋଇଛି।ଏନେଇ ବୁର୍ଲା ଥାନାରେ କେସ ନଂ ୫୧୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ଶବ ଉଦ୍ଧାର ସମୟରେ ଶବର ବାମ ଗୋଡରେ ଏକ ପ୍ଲାଷ୍ଟିକ ଦଉଡି ଲାଗିଥିବା ଦେପଦ୍ମଲୋଚନର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟିହୋଇଛି।ଏନେଇ ମୃତକଙ୍କ ସ୍ତ୍ରୀ ମୀନତୀ ପୋଲିସରେ ଉପଯୁକ୍ତ ଦଦନ୍ତ ଦାବିକରିଛନ୍ତି।ପ୍ରକାଶ ଥାଉକି ଶବ ଉଦ୍ଧାର କାର୍ଯ୍ୟରେ କୁଦ ତବଡା ଗ୍ରାମର ତରୁଣ ପାତ୍ର (୫୫)ଙ୍କ ଗୋଟିଏ ହାତ ନଥିବାବେଳେ,ସେ ନିଜ ଡଙ୍ଗା ଧରି ଶବ ଉଦ୍ଧାର ପାଇଁ ଆଗେଇ ଆସି ଉଦ୍ଧାର କାର୍ଯ୍ୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ଚିପିଲିମା ର ଟନ ପଣ୍ଡା,ମହଦାର ଅନ୍ତରାମ ବେହେରା,ଓ ପୋଲିସ କର୍ମଚାରୀ ସହଯୋଗ କରିଥିଲେ।ଭୀନ୍ନକ୍ଷମ ତରୁଣଙ୍କ ଏପରି ଏକ ସହଯୋଗ ପାଇଁ ଜନସାଧାରଣରେ ପ୍ରଶଂସା କରାଯାଇଥିବାବେଳେ,ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି।ମୃତ ପଦ୍ମଲୋଚନ ର ଶବ ସତ୍କାର ସମ୍ବଲପୁର ରାଜଘାଟରେ ହୋଇଥିବାବେଳେ,ତାଙ୍କ ପୁଅ ଆଦର୍ଶ (୧୪) ମୁଖାଗ୍ନି ଦେଇଥିବା ଜଣାପଡିଛି।ମୃତକଙ୍କ ପରିବାର ମଧ୍ୟରେ ମାଆ,ମାନସିକ ବିକୃତା ବଡଭଉଣୀ,ସ୍ତ୍ରୀ,ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
Sign in
Sign in
Recover your password.
A password will be e-mailed to you.