ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା 

0

ପଦ୍ମପୁର : ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ର ବିଭିନ୍ନ ମୋର୍ଚ୍ଚା ମାନଙ୍କରେ ନୂତନ ଚେହେରା ମନୋନୀତ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ର ଲଢୁଆ ନେତା ତଥା ଓଡିଶା ବିଧାନସଭାରେ ପୂର୍ବରୁ ଶ୍ରେଷ୍ଠ ବିଧାୟକ ଭାବରେ ଗୋପବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଥିବା ପଦ୍ମପୁର ବିଧାନସଭା ମଣ୍ଡଳୀ ର ପୂର୍ବତନ ବିଧାୟକ  ପ୍ରଦୀପ ପୁରୋହିତଙ୍କୁ ଭାରତୀୟ ଜନତା ପାର୍ଟି ରାଜ୍ୟ କୃଷକ ମୋର୍ଚ୍ଚା  ସଭାପତି ଭାବରେ ଘୋଷଣା ପରେ ପଦ୍ମପୁର ଦଳୀୟ କାର୍ଯ୍ୟକର୍ତା ମାନଙ୍କ ମଧ୍ୟ ରେ ଖୁସି ଓ ଉଲ୍ଲାସର ବାତାବରଣ ଥିବା ବେଳେ ଗତ କାଲି ପଦ୍ମପୁର ତଥା ବୁଡ଼େନ ଠାରେ ନେତା ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା ସହ ନୂତନ ପଦବୀରେ ଆସୀନ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ | ପୂର୍ବରୁ ମଧ୍ୟ କୃଷକଙ୍କ ହକ ପାଇଁ ଅନଶନ ଆନ୍ଦୋଳନ ବିଧାନସଭାରେ ସ୍ୱର ଉତ୍ତୋଳନ କରି ଚାଷୀଙ୍କ ମନରେ ନିଜର ଏକ ଅନନ୍ୟ ଆସନ ତିଆରି କରିଥିବା ଶ୍ରୀ ପୁରୋହିତଙ୍କ କୃଷକ ମୋର୍ଚ୍ଚା ସଭାପତି ପଦ ପାଇବା ଜାଣି ଅଞ୍ଚଳର ଚାଷୀ ମାନେ ମଧ୍ୟ ବିକାଶ  ପୁଣି ଆଶାୟିତ ହୋଇଛନ୍ତି | ଏହି ସମୟରେ ଜିଲ୍ଲା ସମ୍ପାଦକ ଡଃ ଶ୍ରୀକାନ୍ତ ପାଣିଗ୍ରାହୀ  , ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରିତେଷ  ବହିଦାର,ନଗର ମଣ୍ଡଳ ସଭାପତି ସୁନୀଲ ଅଗ୍ରୱାଲ, ବରିଷ୍ଠ ନେତା ଅଶୋକ ମିଶ୍ର, ଡ଼ଃ ନାରାୟଣ ପୁରୋହିତ,  ସରୋଜ ପାଣିଗ୍ରାହୀ, ନିରୋଜ ଦାଶ, କେତନ ମେହେର, ହରି ସିଂ, ଆଦିତ୍ୟ ରଥ, ନାରୀ ନେତ୍ରୀ ଜ୍ୟୋତ୍ସ୍ନା କର,ସରୋଜ ମିଶ୍ର, ସୁବାଷ ପାତ୍ର,ଜ୍ୟୋତି ସାହୁ,ବାସୁଦେବ ପାଣିଗ୍ରାହୀ,ଯୁବ ନେତା ନରେଶ ସୁନ୍ଦର ସାହୁ,ପ୍ରମୋଦ ମେହେର,ଇଂଜିନିୟର କୁନାଲ ପାଣିଗ୍ରାହୀ,ସେବକ ମେହେର,  ଯୁଗଳ କିଶୋର ସାହୁ,ହିତେଶ ଅଗ୍ରୱାଲ, ନବକିଶୋର କଣ୍ଟା,  ରାଜୀବ ବଗର୍ତି,ଦୀନେଶ ବାରିକ,ସୁରେଶ ସାହୁ,ନବକିଶୋର ମେହେର ପ୍ରମୁଖ ଉପସ୍ଥିତ ରହି  ଉପଢୌକନ  ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.