ଟ୍ରକ ଆମ୍ବୁଲାନ୍ସ ମୁହାଁମୁହିଁ, ଆମ୍ବୁଲାନ୍ସ ଡ୍ରାଇଭର ଆହତ

0

 ବୁଗୁଡା( ଡ଼ଃ କୁମୁଦ ଚନ୍ଦ୍ର ବେହେରା) :ଗଞ୍ଜାମ ଜିଲ୍ଲା,ବୁଗୁଡା ଥାନା ଅନ୍ତର୍ଗତ ଶାଳବଣି ନିକଟରେ ଏକ ଟ୍ରକ ସହ ଏକ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛିଯେ ବୁଗୁଡା ଦିଗରୁ ନୟାଗଡ଼ ଦିଗରେ  ଓଡ଼ି୨୫-୦୮୯୫ ନମ୍ବର ଟ୍ରକ ଯାଉଥିବା ବେଳେ ନୟାଗଡ଼ ଦିଗରୁ ବୁଗୁଡା ଦିଗକୁ  ଓଆର ୦୨ ବିଏଲ ୩୭୦୮ ନମ୍ବର ଆମ୍ବୁଲାନ୍ସ ଆସୁଥିବା ବେଳେ ଶାଳବଣି ନିକଟରେ ମୁହାଁମୁହିଁ ହୋଇଥିଲେ।  ଆମ୍ବୁଲାନ୍ସ ଡ୍ରାଇଭର ରାଜେନ୍ଦ୍ର କୁମାର ସାହୁ, ଗ୍ରାମ-ସୁଆଙ୍ଗ, ଥାନା-ଖଣ୍ଡଗିରି, ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଆହତ ହୋଇଥିବା ବେଳେ  ତାକରଡ଼ା ସରପଞ୍ଚ ଏକ ଅଟୋ ଦ୍ୱାରା ଆହତ ରାଜେନ୍ଦ୍ରକୁ ବୁଗୁଡା ମେଡିକାଲକୁ ପଠାଇଥିଲେ। ବୁଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଡ୍ରାଇଭର ଚିକିତ୍ସା ହେଉଥିବା ବେଳେ ବିପଦ ମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ବେଳେ କେବଳ ଡ୍ରାଇଭର ଚଳାଇ ଆସୁଥିଲେ।

Leave A Reply

Your email address will not be published.