ଜମିବାଡ଼ି ବିବାଦ ଯୋଗୁଁ ଡବଲ ମର୍ଡର :  ନିଜ କାକା ଓ କାକିକୁ ହତ୍ୟା କଲା ପୁତୁରା 

0 2

ବଲାଙ୍ଗୀର ( ଗୌରବ ଦର୍ଜୀ)- ବଲାଙ୍ଗୀର  ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ କୁଟ୍ରାବେଡା ଗାଁ ରେ ଘଟିଯାଇଛି ଅଭାବନିୟ ଘଟଣା ।  ନୃଶଂସ ଭାବେ ହତ୍ୟା କରିଛି ନିଜ ପୁତୁରା କାକା ଓ କାକି କୁ ଧାରୁଆ ଅସ୍ତ୍ର ରେ ହାଣି କୂଅରେ ଫିଙ୍ଗିଦେଇଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ରାଜ୍ୟରେ ଲକ ଡାଉନ୍ ଥିବା ସମୟରେ ଘାଟିଯାଇଛି ଅଭାଵନିୟ ଘଟଣା  । ବିଶ୍ୱସ୍ତ ସୂତ୍ରରୁ ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଘଟଣା ସ୍ଥାନରେ ପହଞ୍ଚି ଅଗ୍ନି ସମ ବିଭାଗ ଦ୍ଵାରା କୂଅ ରୁ ଦୁଇଟି ମୃତ ଦେହ ଉଦ୍ଧାର କରି ଅଭିଯୁକ୍ତ ପୁତୁରା କୁସ ନାଗ (୩୫ ବର୍ଷ) କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ଗତକାଲି ରାତିର ଏ ଘଟଣା । ଜମିବାଡ଼ି କୁ ନେଇ ହତ୍ୟା ଘଟିଛି ବୋଲି ପୋଲିସ ସନ୍ଦେହ କରୁଛି  । ଜମି ବାଡିକୁ ନେଇ ଦୁଇ ଭାଇ ଙ୍କ ଭିତରେ ବହୁତ ଦିନ ହେବ ବିବାଦ ଲାଗିରହିଥିଲା ଏହାର ସୁଯୋଗ ଦେଖି ପୁତୁରା ନିଜ କାକା-କାକି କୁ ଗତ କାଲି ରାତିରେ ଧରୁଆ ଅସ୍ତ୍ରରେ ନୃଶଂସ ଭାବରେ ହତ୍ୟା କରିଛି ବୋଳି ପୋଲିସ ଅନୁମାନ କରୁଛି । ହତ୍ୟା କରିଥିବା ପୁତୁରା କୁ ଗିରଫ କରିଛି ପୋଲିସ। ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି। 

Leave A Reply

Your email address will not be published.