ସୋହେଲା(ଶାସକ ପ୍ରଶାସକ)- ବରଗଡ ଜିଲ୍ଲା ସୋହେଲା ପୋଲିସ ରାୟପୁରରୁ ବରଗଡ଼କୁ ଏକ ବାଇକରେ ବ୍ରାଉନ ସୁଗାର ଚୋରା ଚାଲଣ କରୁଥିବା ଅଭିଯୋଗରେ ୨ ଜଣକୁ ପୋଲିସ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବରଗଡ ଥାନା ଖଜୁରଟିକିରାର ଅରସଦ ଓରଫ ରାଜା ଖାନ(୩୨) ଓ ସୋହେଲା ଥାନା ବିନ୍ଧନପାଲି ଗ୍ରାମର ବିକ୍ରମ ସାହୁ(୨୮) । ଏକ ହିରୋ ପେସନ ପ୍ରୋ ପୁରୁଣା ବାଇକ ନମ୍ବର ସିଜି ୧୩ ୟୁବି୨୧୦୨ରେ ରାୟପୁରରୁ ବରଗଡ଼କୁ ବିକ୍ରି କରିବା ପାଇଁ ଉକ୍ତ ନିଶା ସାମଗ୍ରୀ ଚାଲାଣ କରୁଥିବା ବେଳେ ସୋହେଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଲୁହୁରାଚଟି ଛକରେ ଗତକାଲି (୩ତାରିଖ)ସନ୍ଧ୍ୟା ସାଢ଼େ ୬ଟା ସମୟରେ ପୋଲିସ ହାତରେ ଧରା ପଡ଼ିଥିଲେ । ପୋଲିସ ଅଭିଯୁକ୍ତ ଦ୍ୱୟକୁ ଗିରଫ କରି ସେମାନଙ୍କ ଠାରୁ ବାଇକ ଓ ବ୍ରାଉନ ସୁଗାର (୨୩ ଗ୍ରାମ ୩୭୦ ଗ୍ରାମ) ଜବତ କରିଥିଲେ । ଏ ନେଇ ପୋଲିସ ସୋହେଲା ଥାନା କେଶ ନମ୍ବର ୬୩/୨୦ ରେ ଏନ୍ଡିପିଏସ ଆଇନର ଧାରା ୨୧(ବି)/୨୯ ଅନୁସାରେ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ରାଜା ବିରୋଧରେ ସୋହେଲା ଥାନାରେ ୫ ଟି,ବିଜେପୁର ଥାନା ଓ ପଦ୍ମପୁର ଥାନାରେ ଗୋଟିଏ ଲେଖାଏଁ ମାମଲା ବିଭିନ୍ନ ଅପରାଧିକ ମାମଲା ରହିଛି ବୋଲି ସୋହେଲା ଥାନା ଆଇଆଇସି ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post