ବେଆଇନ ଭାବେ କଫ ସିରଫ ବିକ୍ରି ଅଭିଯୋଗ : ଜଣେ ଅଭିଯୁକ୍ତ ଗିରଫ

0

ବଲାଙ୍ଗୀର/ ନିରୋଜ ମିଶ୍ର :  ବେଆଇନ ଭାବେ କଫ ସିରଫ ରଖିବା ଓ ବିକ୍ରି କରିବା ଅଭିଯୋଗରେ ପୁଇଁନ୍ତଲା ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ବଲାଙ୍ଗିର ସୁଦପଡା ସହରର ଅଭିଷେକ ଦୋରା ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୯୭ଟି ଠିପି ବନ୍ଦ କଫ ସିରଫ ଜବତ କରିଥିବା ବେଳେ ୧୩ଟି ଖୋଲା କଫ ସିରଫ ବୋତଲ ଜବତ କରିଛି।

ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡିଶାରେ ଚୋରା କଫ ସିରଫ କାରବାର ଚଳାଇଥିବା ସାନ ନେଗୀର ଘନିଷ୍ଟ ସହଯୋଗୀ ହେଉଛି ଅଭିଷେକ। ପୂର୍ବରୁ ସାନ ଓ ତାର କେତେଜଣ ସହଯୋଗୀ ଗିରଫ ହୋଇ ଜେଲରେ ଥିବା ବେଳେ ଅଭିଷେକକୁ ପୁଲିସ କାବୁ କରି ପାରିନଥିଲା। ଫେରାର ଥାଇ ଅଭିଷେକ ତାର ବେଆଇନ କାରବାର ଜାରି ରଖିଥିଲା।

Leave A Reply

Your email address will not be published.