ବଲାଙ୍ଗୀର/ ନିରୋଜ ମିଶ୍ର :: ବଲାଙ୍ଗୀର ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଜିଲା ସଭାପତି ଓ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂହ ଲାଗୁରିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସେମାନେ ଦାବି କରିଛନ୍ତି ଯେ, ବର୍ତ୍ତମାନ କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଅବସ୍ଥାରେ ଅଛି। ଏଥିଯୋଗୁ ଦେଶର ପ୍ରତ୍ୟେକ ବର୍ଗର ଲୋକ ଆର୍ଥିକ କ୍ଷତି ସହୁଛନ୍ତି ା ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ଦୁଇ ବେଳା ଖାଇବାକୁ ସଂଘର୍ଷ କରିବାକୁ ପଡ଼ୁଛି। ତେଣୁ ଏହି ପରିସ୍ଥିତିରେ ବଲାଙ୍ଗୀର ଜିଲାର ସମସ୍ତ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ, କଲେଜ ପିଲାଙ୍କ ଆଡ୍ମିଶନ ଫି’, ରିଆଡମିଶନ ଫି’, ହଷ୍ଟେଲ ଫି’ ଛାଡ଼ ସାଙ୍ଗକୁ ସ୍କୁଲ, କଲେଜ ତଥା ହଷ୍ଟେଲ ପରସରକୁ ସାନିଟାଇଜ୍ କରିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ା ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲା ସଭାପତି ମନୀଷ ମିଶ୍ର, ଜିଲା ସେବା ସଦନ ଅସିତ ମିଶ୍ର, ଛାତ୍ର କଂଗ୍ରେସ ସୁମିତ ପଟେଲ,ଟୁଲୁ ସେନ୍, ଶୁଭେନ୍ଦୁ ସାହୁ, ପ୍ରଦୀପ ନାଏକ, ନିରନ ମିଶ୍ର, ରୋଶନ ମିଶ୍ର, ଅଞ୍ଚଳ ପଣ୍ଡା ଓ ଆର୍ତ୍ତ ଘିବେଲା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.