ଶ୍ରମିକ ସ୍ପେସାଲ୍ ଟ୍ରେନର ଚେନ ଟାଣି ଓହ୍ଲେଇ ପଡିଲେ ୩୨୦ ପ୍ରବାସୀ

0

 ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : କଣ୍ଟାବାଞ୍ଜି ରେଲ ଷ୍ଟେସନ  ନିକଟରୁ ଶ୍ରମିକ ସ୍ପେସାଲ୍ ଟ୍ରେନର ଆଲରାମ୍ ଚେନ ଟାଣି ୩୨୦ ପ୍ରବାସୀ ଶ୍ରମିକ ଓହ୍ଲାଇଲେ । ଟ୍ରେନଟି ଗୁଜରାଟ ଗାନ୍ଧୀନଗରରୁ କଟକ ଅଭିମୁଖେ ଯାଉଥିଲା। ସମସ୍ତ ଶ୍ରମିକ ନୁଆପଡା ଓ ବରଗଡ ଜିଲ୍ଲାର ବୋଲି ଜଣାପଡିଛି। କଣ୍ଟାବାଞ୍ଜି ଷ୍ଟେସନ କର୍ମଚାରୀ ଓ ପୋଲିସଙ୍କ ଚେଷ୍ଟା ରେ ଶ୍ରମିକ ମାନଙ୍କୁ  ଅଟକ ରଖିଥିଲେ । ତେବେ ଶ୍ରମିକ ମାନେ ଚେନ୍ ଟାଣିନଥିବା ସଫେଇ ଦେଇଛନ୍ତି। ଷ୍ଟେସନରେ ଟ୍ରେନ ଅଟକିବାରୁ ସେମାନେ ଓହ୍ଲାଇ ଥିବା କହିଛନ୍ତି। ଶ୍ରମିକ ସ୍ପେସାଲ୍ ଟ୍ରେନ ଚେନ ନଟାଣି ଗାଡିଟା ଠିଆ ହେବ କେମିତି ବୋଲି  ରେଲୱେ କର୍ତ୍ତୃପକ୍ଷ କହିଛନ୍ତି। ହେଲେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଲିଟାରି ନାହିଁ।

Leave A Reply

Your email address will not be published.