ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) : ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡାଝୋଲା ବାଳିକା ଉଚ୍ଚବିଦ୍ୟାଳୟ ସଂଗରୋଧ ଗୃହରେ ଆଜି ସକାଳେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ପ୍ରଶାସନକୁ ବହୁ ହଟହଟା ହେବାକୁ ପଡିଛି । ସ୍ଥାନୀୟ ହରିପୁର ପଂଚାୟତ ଜୟପୁର ଗ୍ରାମର ଭଜକୃଷ୍ଣ ବେହେରା(୩୨) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ । ଲକଡାଉନରେ ସେଠାରୁ ଫେରି ୬/୭ ଦିନହେଲା ବାହାଡାଝୋଲା ବାଳିକା ଉଚ୍ଚବିଦ୍ୟାଳୟ ସଂଗରୋଧ ଗୃହରେ ରହିଥିଲେ । ଆଜି ସକାଳେ ହଠତ୍ ତାଙ୍କର ଅସ୍ୱାଭିକ ମୃତ୍ୟୁକୁ ପରିବାର ଲୋକ ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନଥିଲେ । ଭଜକୃଷ୍ଣ ସଂଗରୋଧ ଗୃହରେ ଆଜି ସକାଳେ ତେଲଲଗାଇ ସୈାଚକାର୍ଯ୍ୟ ପାଇଁ ବାହାରିଥିବା ବେଳେ ସେଠାରେ ପଡିଯାଇଥିଲେ । ବାହାଡାଝୋଲା ଡାକ୍ତରଖାନାରେ କାର୍ଯ୍ୟରତ ଆୟୁଷଡାକ୍ତର ଭଜକୃଷ୍ଣଙ୍କୁ ଆମ୍ବଲାନ୍ସ ଯୋଗେ ନୟାଗଡ଼ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଥିଲେ । ଭଜକୃଷ୍ଣଙ୍କୁ ନୟାଗଡ଼ରେ ପହଂଚାଇବାରେ ବିଳମ୍ବ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥି ସହିତ ମୃତ ଭଜକୃଷ୍ଣର ଶବକୁ ବ୍ୟବଛେଦ ନକରିବା ପ୍ରଶାସନ ଗାଁକୁ ପଠାଇଥିବାରୁ ଗାଁରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏବଂ କୋବିଦ-୧୯ ନିୟମ ଅନୁସାରେ କ୍ଷତିପୁରଣ ଦାବି କରିଥିଲେ । ନଚେତ ୧୦ଲକ୍ଷ ଟଙ୍କା ଦେଲେ ଶବ ସତ୍କାର କରାଯିବ ବୋଲି ପରିବାର ଓ ଗ୍ରାମବାସୀ ଅଡି ବସିଥିଲେ । ପ୍ରଶାସନ ତରଫରୁ ୨ହଜାର, ରେଡକ୍ରସରୁ ୧୦ହଜାର, ରାସନ କାର୍ଡ, ଆବାସ ଯୋଜନା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କର ସ୍ତ୍ରୀ ଏବଂ ଛୋଟ ପୁଅକୁ ସହାୟତା ଯୋଗାଇ ଦିଆଯିବ ବୋଲି ନୂଆଗାଁ ତହସିଲଦାର ଶରତ ଚନ୍ଦ୍ର ମଲିକ ପ୍ରତିଶ୍ରୁତି ଦେବାପରେ ମଧ୍ୟ କୈାଣସି ସମାଧାନ ହୋଇପାରି ନଥିଲା । ଏବଂ ଉତେଜନା କାରଣରୁ ପ୍ରଶାସନ ପରିବାର ଓ ଗ୍ରାମବାସୀଙ୍କ ଚାପରେ ଶବକୁ ବ୍ୟବଛେଦ ପାଇଁ ନୟାଗଡ଼ ଫେରାଇ ନେବାକୁ ବାଧ୍ୟ ହୋଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.