ହରିଜନ ଭିନ୍ନକ୍ଷମ ଯୁବକକୁ ମାଡ : ଥାନାରେ ଏତଲା

0

18-04-18-ece-w.jpg - 93.67 kB

ବ୍ୟାସନଗର (ଜୟଶଙ୍କର ଦାଶ) – କୋରାଇ ଥାନା ଅର୍ନ୍ତଗତ ଧନେଶ୍ୱର ପଂଚାୟତ ର ବାଢା ଗ୍ରାମ ର ଜଣେ ହରିଜନ ଭିନ୍ନକ୍ଷମ ଯୁବକ କୁ ମାଡ ହୋଇଥିବା ଅଭିଯୋଗ ହୋଇଛି ।ଅଭିଯୋଗ କାରୀ ଦୁଖିଶ୍ୟାମ ମଳିକ(୧୯) ,ପିତା କନ୍ଦ ମଳିକ ଙ୍କ  କହିବା ମୁତାବାକ ସେ ଖେଳ ପଡିିଆ କୁ ଖେଳ ଦେଖିବା କୁ ଯାଉଥିବା ସମୟ ରେ ପଣ୍ଡୁଳା ଠାରେ ଏକ ତଦନ୍ତ ପରିସର ଭୁକ୍ତ ରାସ୍ତା କାମ ହେଉଥିଲା । ଏହି ରାସ୍ତା କାମ ଏକ ଜେସିବି ଦ୍ୱାରା କାରାଯାଉଥିଲା  । ଜେସିବି ଦ୍ୱାରା ହେଉଥିବା ଦେଖି  ଯୁବକ ଜଣକ ଉତ୍ସାହିତ ହେଇ ତାର ଛବି ମୋବାଇଲ ଯୋଗେ ଉତଳନ କରିଥିଲେ । ଏହି ଛବି ଉତଳନ କରିବାର ଦେଖି ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ବ୍ୟକ୍ତି ଅଭିଯୋଗକାରୀ ଙ୍କ ପାଖକୁ ଆସି ତାଙ୍କ ଠାରୁ ମୋବାଇଲ ଛଡାଈବା ସହିତ ତାଙ୍କୁ ଗାଳିଗୁଲଜ କରି ସେହି ଜେସିବି ରେ ମାଟି ଖୋଳି ସେହି ସ୍ଥାନ ରେ ପୋତି ଦେବା କୁ ଧମକ ଦେଇଥିଲେ ଓ ମାଡ ମାରିଥିଲେ । ଅଭିଯୋଗକାରୀ ଙ୍କ ଅଭିଯୋଗ ଓ କହିବା ମୁତାବକ ଦୁଇ ଜଣ ବ୍ୟକ୍ତି ଙ୍କ ନାମ ହେଲା ଘନଶ୍ୟାମ ସ୍ୱାଇଁ(ଘନ) ,ପିତା ବଂଶିଧର ,ଧନେଶ୍ୱର ପଂଚାୟତର ମୃତ୍ୟୁଂଜୟପୁର ପଠାଣ ବାଗ ଅଂଚଳ ର ଓ ଅନ୍ୟ ଜଣେ ହେଲେ ପ୍ରସାନ୍ତ ରାଉତ (ପାକୁଆ) ପିତା ଗୟାଧର ରାଉତ ମୃତ୍ୟୁଂଜୟପୁର ପଣ୍ଡୁଳା ର ଅଟନ୍ତି । ଏହି ଘଟଣା ଘଟିବା ସମୟ ରେ ସେଠାରେ ଥିବା ଜେସିବି ମେସିନ ଦ୍ୱାରା କାର୍ଯ୍ୟ ଚଲାଇଥିଲେ ।ଏହା  କୁ ଭିତି କରି କୋରାଇ ଥାନା ଅଧିକାରିଣୀ ଆଇ ପି.ସି ଧାରା ୨୯୪,୩୪.୩୨୩,୫୦୬,୩୪,୩(୧)(ଆର),୩(୧)(ଏସ) ଅନୁଜାଇ କେଶ ନଂ ୬୭/୧୮ ରେ ମାମଲା ରୁଜୁ କରିଛନ୍ତି । ଏହା ଏକ ହରିଜନ ଆଦିବାସି ସଂପ୍ରଦାୟର ମାମଲା ହୋଇଥିବାରୁ ଉପରିସ୍ଥ ଅଧିକାରୀ ଙ୍କ ଦ୍ୱାରା ତଦାରଖ କରାଯିବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.