ନୂତନ କୃଷି ଆଇନ ଉପରେ ବିଜେପି ତରଫରୁ ଆଲୋଚନା ସଭା ଆୟୋଜିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ନୂତନ କୃଷି ଆଇନ ସମର୍ଥନରେ ଆଜି ଭାରତୀୟ ଜନତା ପାର୍ଟିର ଝାରସୁଗୁଡ଼ା ଜିଲ୍ଲା କୃଷକ ମୋର୍ଚ୍ଚା ଏକ ଆଲୋଚନା ସଭା ଅନୁଷ୍ଠିତ କରିଥିଲା। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ କୃଷି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ…

ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୦: ପାନରୋମା ପାଇଁ ନୀଳମାଧଵଙ୍କ ‘କାଲିର ଅତୀତ’ ମନୋନୀତ 

ନୁଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସଵର ପାନରମାରେ ଅନ୍ତର୍ଜାତିକ ନିର୍ମାତା ଓ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା 'କାଲିର ଅତୀତ' ମନୋନୀତ ହୋଇଛି ବୋଲି  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଶ୍ରୀ ପ୍ରକାଶ ଜାଭଡେକର…

ଅଙ୍ଗନବାଡି ନଳକୂପରୁ ବାହାରୁଛି ଗୋଳିଆ ପାଣି

କୁଚିଣ୍ଡା- (ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ଗ୍ରାମ ଅଙ୍ଗନବାଡି କେନ୍ଦ୍ର-୧ ନଳକୂପରୁ ବାହାରୁଛି ଗୋଳିଆ ପାଣି l ଅଙ୍ଗନବାଡି କର୍ମୀଙ୍କ କହିବା ଅନୁଯାୟୀ କରୋନା ମହାମାରୀ ପାଇଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ…

ରାଜ୍ୟବାସୀ ଖୋଜୁଛନ୍ତି ନୂଆ ବିକଳ୍ପ :ଓଡ଼ିଶା ପ୍ରଗତି ଦଳ

ଝାରସୁଗୁଡ଼ା :(ସୁଭାଷ ସହାରେ) : ରାଜ୍ୟର ଲୋକେ ଏବେ ନୂଆ ବିକଳ୍ପ ଚାହୁଁଛନ୍ତି ଏବଂ ଓଡ଼ିଶା ପ୍ରଗତି ଦଳ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ନୀତି ଓ ଆଦର୍ଶ କୁ ପାଥେୟ କରି ରାଜ୍ୟ ସ୍ବାର୍ଥ ପାଇଁ ଛିଡ଼ା ହେବ ବୋଲି ଆଜି ଝାରସୁଗୁଡ଼ାର ପ୍ରିନ୍ସ ରେସିଡେନ୍ସି ହୋଟେଲରେ ଓଡ଼ିଶା ପ୍ରଗତି ଦଳ ତରଫରୁ…

ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ନିୟନ୍ତ୍ରଣରେ ସରକାର ବିଫଳ

 21 ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କକାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିବ କଂଗ୍ରେସ।  ଝାରସୁଗୁଡ଼ା :(ସୁଭାଷ ସହାରେ) - ରାଜ୍ୟରେ ବଢ଼ି ଚାଲିଛି ଅପରାଧ। ସମସ୍ତ ପ୍ରକାରର ଅପରାଧ ଉପରେ ସରକାର ନୀରବତା ଅବଲମ୍ବନ କରୁଛନ୍ତି,ନିଷ୍କ୍ରିୟ ହୋଇ ପଡ଼ିଛନ୍ତି। ଅପରାଧୀମାନେ ସରକାରଙ୍କ ନିୟନ୍ତ୍ରଣ…

ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ “ଦୁଲଦୁଲି” ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଝାଡ଼େଶ୍ବର ମନ୍ଦିର ଓ କନକ ଦୁର୍ଗା ମନ୍ଦିରରେ ହେବ ପୂଜାର୍ଚ୍ଚନା। ମନମୋହନ ସ୍କୁଲ ପଡ଼ିଆରେ  ଅନୁଷ୍ଠିତ ହେବ ସଭା। ରକ୍ତଦାନ ଶିବିର ଆୟୋଜନ କରାଯିବ। ୨୦୨୦ ମହୋତ୍ସବର ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରଗଲା। ଝାରସୁଗୁଡ଼ା :(ସୁଭାଷ ସହାରେ)- ବହୁ ଆଶା ଓ ଆଶଙ୍କା…

ମହାନଦୀ ଶଯ୍ୟା ପୋତା ପ୍ରସଙ୍ଗ : ପ୍ରଭାବ ଆକଳନ ପାଇଁ କମିଟି ଗଠନ କଲେ ଏନଜିଟି 

ନୂଆଦିଲ୍ଲୀ : କଟକସ୍ଥିତ ବାଲିଯାତ୍ରା ପଡ଼ିଆ ହାଡ଼ିଆପଠା ପ୍ରଭୃତି ଅଞ୍ଚଳର ମହାନଦୀ ଶଯ୍ୟାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୋତାଯିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି  ଏନ୍.ଜି.ଟି (ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ)। ପୂର୍ବରୁ ସରକାରଙ୍କ ପକ୍ଷରୁ ଜାତୋ ରହିଥିବା ନଦୀ…

ମେଲାରେ ପଡିଛି ଚେକ ଡ୍ୟାମ, ଚାଷଜମିକୁ ମାଡୁନି ପାଣି

ପାଣିରେ ପଡୁଛି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଝାରବନ୍ଧ/ମନୋହର ଦାଶ: ଅଣ ଜଳ ସେଚିତ ଚାଷ ଜମିକୁ ଜଳ ଯୋଗାଣ ହେବ।ନଦୀ ଓ ନାଳ ରେ ବୋହି ଯାଉଥିବା ଜଳ କୁ ଅଟକାଇ ଚାଷ କାର୍ଯ୍ୟ ରେ ବିନିଯୋଗ କରିବା ତଥା ଚାଷ ଓ ଚାଷୀ ଙ୍କ ବିକାଶ ଘଟାଇବା ପାଇଁ ସରକାର ଜଳସେଚନ ବ୍ୟବସ୍ତା ଉପରେ ପ୍ରଧାନ୍ୟ…

ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ମନ୍ଦିର ଡ଼ିସେମ୍ବର ୨୦ମଧ୍ୟରେ ଖୋଲିବା ନିମନ୍ତେ ଦାବି

ବାରିପଦା(ଦିଲ୍ଲୀପ ମହାନ୍ତି )- ସରକାର କରୋନା ମହାମାରୀ ମୁକାବିଲା ନିମନ୍ତେ ୨୦୨୦ ମାର୍ଚ୍ଚ ୨୩ରୁ ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଇଥିଲେ । ବର୍ତ୍ତମାନ ସରକାର ବସ , ଗାଡ଼ି ମୋଟର ଚଳାଚଳ, ହାଟ ବଜାର ଖୋଲିବା ସହିତ ସଭାସମିତି ଆଦି କ୍ଷେତ୍ରରେ…

ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଭଞ୍ଜନଗର ( ନିଲୁ ବିଷୋୟୀ )- (ଜଗନ୍ନାଥ ପ୍ରସାଦ ବ୍ଳକ କରଡାବଣି ଆମ୍ବତୋଟା ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୃଷ୍ଠ ପୋଷକତାରେ ଆୟୋଜିତ କାଯ୍ୟକ୍ରମରେ…