ଟିଟିଲାଗଡ(ଗୌରବ ଦର୍ଜୀ )-ଟିଟିଲାଗଡ଼ ସହରରେ ଏବେ ପାନୀୟ ଜଳ ଯୋଗାଣକୁ ନେଇ ତେଜୁଛି ଅସନ୍ତୋଷ। ଅଧିକାଂଶ ୱାର୍ଡ ରେ ଉତ୍କଟ ରୂପ ନେଉଛି ପାନୀୟ ଜଳ। କେଉଁଠି ସାତ ଦିନକୁ ଥରେ ତ କେଉଁଠି ଦଶ ଦିନରେ ଥରେ ପାଇପ ଯୋଗେ ଆସୁଛି ପାଣି। ଯାହାକୁ ନେଇ ବଢ଼ିବାରେ ଲାଗିଛି ସହର ରେ ଅସନ୍ତୋଷ। ପାଇପ ଭାଙ୍ଗି ନାଳ ରେ ଗଡୁଛି। କେଉଁଠି ପାଇପ ଫାଟି ଆଁ କରିଛି ତ ଆଉ କେଉଁଠି ପାଇପ ହିଁ ନାହିଁ। ଟିକିଏ ଏପଟେ ଦେଖନ୍ତୁ କେତେକ ଷ୍ଟାଣ୍ଡ ପୋଷ୍ଟ ରେ ଚାବି ବି ନାହିଁ। ମାନେ ମୁକୁଳା ରହିଛି ଷ୍ଟାଣ୍ଡ ପୋଷ୍ଟ। ଆଉ ସିନ ଟେକ୍ସ ର କଥା ନକହିବା ଭଲ। କେବଳ ନାମକୁ ମାତ୍ର ରହିଛି ସିନ ଟେକ୍ସ। ଆଉ ଭଙ୍ଗା ଦଦରା ପାଇପ ପାଖରେ ଲାଗୁଛି ମହିଳା ଙ୍କ ଭିଡ଼। ବାଲ୍ଟି, ଡିବା, ଗରିଆ, ଗଂଜ ଆଦି ଜମା ହଉଛି ପାଇପ ପାଖରେ। ହେଲେ ପାଣିର ଦେଖା ନାହିଁ। ଟୋପାଏ ପାଣି ବି ଝରୁ ନାହିଁ। ପଡ଼ବାସୀ ଙ୍କ ଅଭିଯୋଗ ଯେ ସାତ ଦିନ ରେ ଥରେ ଦଶ ଦିନରେ ଥରେ ପାଣି ଆସିଥାଏ। ତାହା ପୁଣି ସମୁଦ୍ର କୁ ଶଙ୍ଖେ। ଅନ୍ୟ ପଟେ ପୌରପରିଷଦ ଓ ଜନ ସ୍ବାସ୍ଥ୍ୟ ବିଭାଗ ୨୫ ଟି ପାଣି ଟାଙ୍କି ଓ ୧୫ ଟି ୱାର୍ଡ ରେ ୧୪୦ ରୁ ଉର୍ଦ୍ଧ ସିନ ଟେକ୍ସ ମାଧ୍ୟମ ରେ ପାଣି ଯୋଗାଇ ଦିଆଯାଉଥିବା କହିଛି। ପାଣି ର ଏହି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଆଜି ଟିଟିଲାଗଡ ସହରବାସୀ କୁ ୧୨ ଘଣ୍ଟା ପାଇଁ ବନ୍ଦ ଆଜି ଟିଟିଲାଗଡ ର ଭାଜପା ୟୁବା ମୋର୍ଚ୍ଚା ଆୱାନ କରିଛି। ଏଥିରେ ଟିଟିଲାଗଡ ର ସମସ୍ତ ଦୋକାନ , ବଜାର ବନ୍ଦ ଥିବା ବେଳେ ଯୁବା ମୋର୍ଚ୍ଚା ର ସଦସ୍ୟ ମାନେ ପିକେଟିଂ କରି ଉଠା ଦୋକାନୀ ମାନଙ୍କୁ ଓ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ବନ୍ଦ କରିଛନ୍ତି। ଆଗାମୀ ଦିନ ରେ ଟିଟିଲାଗଡ ର ମୁଖ୍ୟ ସମସ୍ୟା ପାନୀୟ ଜଳ ସମସ୍ୟା ର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବା ସହ ଭୟଙ୍କର ରୂପ ନେଇ ପରେ ବୋଲି ଆନ୍ଦୋଳନ ର ଆବାହକ ନରସିଂହ ସିଂ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.