ଝାରସୁଗୁଡ଼ା ପୋଲିସର ଶକ୍ତ କାର୍ଯ୍ୟାନୁଷ୍ଠାନ : କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ ଅଭିଯୋଗରେ ଦୁଇଟି ଦୋକାନ ସିଲ୍। 

0 2

 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୋଲିସ ଓ ପ୍ରଶାସନ ତରଫରୁ କୋଭିଡ ଗାଇଡଲାଇନ୍ ପାଳନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୋଭିଡ ଗାଇଡଲାଇନ୍ ଉଲ୍ଲଘଂନ ଅପରାଧରେ ଗତକାଲି ଦୁଇଟି ଦୋକାନ ସିଲ୍ କରିଛି ପ୍ରଶାସନ।

ଝାରସୁଗୁଡ଼ାରେ କୋରୋନାର ଦ୍ବିତୀୟ ଲହରୀ ଯୋଗୁଁ ସଂକ୍ରମଣ ବଢ଼ି ଚାଲିଥିବାରୁ ପ୍ରଶାସନ ତତ୍ପର ହୋଇ ପଡ଼ିଛି।ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ରକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରି ପ୍ରତ୍ୟହ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଗତକାଲି ପୋଲିସ ଯାଞ୍ଚ କରିଥିବା ବେଳେ ଦୁଇଟି ଦୋକାନ କୋଭିଡ ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଉଭୟ ଦୋକାନକୁ ସିଲ୍ କରି ଦିଆଯାଇଥିଲା।ଦୋକାନ ଦୁଇଟି ହେଉଛି ସୁ ସେଣ୍ଟର ଓ ମଲ ଷ୍ଟେସନ।  

Leave A Reply

Your email address will not be published.