ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ  ଉତ୍ତରପିଢି ଅନୁଶୀଳନ କରନ୍ତୁ–ମନ୍ତ୍ରୀ ରଘୁନନ୍ଦନ   

0 2

ଶହୀଦ୍ ରଘୁ-ଦିବାକରଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ): ପରାଧୀନ ଭାରତ ବର୍ଷରେ ତତ୍କାଳୀନ ପ୍ରଜା ଆନ୍ଦୋଳନ ସମୟରେ ଓଡିଶାରେ ରଣପୁରର ଦୁଇ ମହାନ୍ ମୁକ୍ତି ଯୋଦ୍ଧା ଶହୀଦ  ରଘୁନାଥ ମହାନ୍ତି ଓ ଶହୀଦ୍ ଦିବାକରଙ୍କ  ପରିଡାଙ୍କର ଆମ ଜାତି, ରାଜ୍ୟ ତଥା ଦେଶ ପାଇଁ ତ୍ୟାଗ ଓ ଆତ୍ମ ବଳିଦାନର କାହାଣୀ ସର୍ବଦା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ସେମାନଙ୍କର ସଂଗ୍ରାମର ଗାଥା ସର୍ବଦା ଉତରପିଢି ଓ ଯୁବବର୍ଗ  ଅନୁଶୀଳ କରିବା ସହିତ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦୁଇ ସଂଗ୍ରାମୀଙ୍କ ମାଟି ନୟାଗଡ ଜିଲ୍ଲାର  ରଣପୁର ସମେତ  ରାଜ୍ୟ ତଥା ଦେଶର ବିକାଶରେ କାର୍ଯ୍ୟ କରିବାକୁ ଆଜି ଅପରାହ୍ଣରେ ସ୍ଥାନୀୟ  ଜୟଦେବ ଭବନଠାରେ ଉଭୟ ମଂଚ ଓ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଆୟୋଜିତ ଶହୀଦ୍ ରଘୁ-ଦିବାକରଙ୍କର ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ,ରଣପୁର ସାଂସ୍କୃତିକ ପରିଷଦ ଏବଂ ଶହୀଦ୍ ରଘୁ-ଦିବାକର ସ୍ମୃତି କମିଟିର ମିଳିତ  ଆନୁକୂଲ୍ୟରେ ଅନୁଷ୍ଠିତ  ଏହି  ଦିବସରେ ପ୍ରାରମ୍ଭରେ ଅତିଥିମାନେ ଶହୀଦ୍ ରଘୁ-ଦିବାକରଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ  ରଣପୁର ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ରଣପୁର ପ୍ରଜା ଆନେ୍ଦାଳନ ସମୟରେ ଶହୀଦ୍ ରଘୁ-ଦିବାକରଙ୍କ ଅମର କାହାଣୀ ଉପସ୍ଥାପନ କରିବା ସହିତ ରଣପୁର ପାଇଁ ସେହି ସମୟରେ ବ୍ରିଟିଶ୍ ଗୁଳିରେ  ପ୍ରାଣ ବଳି ଦେଇଥିବା ସଂଗ୍ରାମୀ ଅର୍ଜୁନ ରାଉତଙ୍କୁ ଶହୀଦ୍ ମାନ୍ୟତା  ପାଇଁ ପ୍ରସ୍ତାବ ଦେବା ସହିତ ଏ ସମ୍ପର୍କରେ  ରାଜ୍ୟ ଏବଂ ଜାତୀୟ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଓଡିଶା ରିଭ୍ୟୁ ଏବଂ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଡଃ. ଲେନିନ୍ ମହାନ୍ତି ଦେଶ ମାତୃକା ପାଇଁ ଶହୀଦ୍ ରଘୁ-ଦିବାକରଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ବିଶିଷ୍ଟ ଐତିହାସିକ  ଶ୍ରୀ ସତ୍ୟବାଦୀ ବଳିୟାର ସିଂ ଯୋଗଦେଇ  ତତ୍କାଳୀନ  ରଣପୁର ଗଡଜାତ ରାଜ୍ୟରେ  ସ୍ୱେଚ୍ଛାଚାରୀ ଶାସନ, ରଘୁ-ଦିବାକରଙ୍କ ଦ୍ୱାରା ରଚିତ ବିପ୍ଲବାତ୍ମକ କବିତା  ପଙ୍କ୍ତିର ବିଶ୍ଳେଷଣ ସହ  ସେମାନଙ୍କର ସଂଗ୍ରାମ କାହାଣୀର ସୁଦୀର୍ଘ ଇତିହାସ  ବିଶଦ୍ ଭାବେ ଆଲୋକପାତ କରିଥିଲେ ।   ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିଦେ୍ର୍ଧଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି  ରଣପୁର ଅଂଚଳର ଏହି ଦୁଇ ଉଦୀୟମାନ ଯୁବକ ତକ୍ରାଳୀନ ରାଜାରାଜୁଡା ଶାସନ ସମୟରେ କିପରି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢି ସେମାନଙ୍କର ଅଗ୍ମିସ୍ପର୍ଶୀ ବକ୍ତବ୍ୟ ମାଧ୍ୟମରେ ନିଷ୍ପ୍ରାଣ ଓଡିଆ ଜାତିଙ୍କ  ପ୍ରାଣରେ ନବଜାଗରଣର ସ୍ଫୁଲିଙ୍ଗ ଆଣୁଥିଲେ, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ସଂପାଦକ ଶ୍ରୀ ଗୌରାଙ୍ଗ  ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅଧିକାରୀ ପ୍ରମିଳା ମାଝି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସକାଳେ ଭୁବନେଶ୍ୱର ୟୁନିଟ୍-୯ ରୋଡ୍ ସ୍ଥିତ ଶହୀଦ୍ ରଘୁ-ଦିବାକରଙ୍କ ପ୍ରତିମୂର୍ତିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ସମେତ ଅନ୍ୟ ପଦାଧିକାରୀ, ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଏବଂ ଶହୀଦ ରଘୁ ଦିବାକର ସ୍ମୃତି କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ । 

 

Leave A Reply

Your email address will not be published.