ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କମିଟି ପ୍ରସ୍ତୁତି ବୈଠକ

0

 ପଦ୍ମପୁର(ଶାସକ ପ୍ରଶାସକ): ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଅନୀଲ କୁମାର କାଲିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ହୀରକ ଜୟନ୍ତୀ କମିଟି ସଂପାଦକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଉଦ୍ଦେଶ୍ୟ  ଜ୍ଞାପନ  ତଥା ଅଗ୍ରଗତି ସଂପର୍କିୟ ତଥା ଉପସ୍ଥାପନ କରିଥିଲେ। ଆସନ୍ତା ଅପ୍ରେଲ ୧୦ ତାରିଖ ମଧ୍ୟରେ ତାରିଖ ଧାର୍ଯ୍ୟ  କରି ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଆଲୋଚନାରେ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜେନ୍ଦ୍ର ରାଉତ, ରମେଶ ଅଗ୍ରୱାଲ, କୁସୁମ ରାଓ, ବିଜୟ ରାଓ, ଅଶୋକ ଜିନ୍ଦଲ, ସୁଶୀଲ ଅଗ୍ରୱାଲ, ରାଜ କୁମାର ସାହୁ, ମହାଦେବ ବେହେରା, ନିମାଇଁ ଚରଣ ସ୍ବାଇଁ,ଗିରିଶ ନାୟକ, ଡୋଲାମଣି ମାହାର, ଯୁଧିଷ୍ଠିର ସାହୁ, ପ୍ରେମ ସାଗର ଫୌଜଦାର, ବିନୋଦ କାଲିଆ,ନନ୍ଦ ଶ୍ରୀ ବାସ୍ତବ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜ ମତ ରଖିଥିଲେ। ଏହି ଅବସରରେ ପାଇକମାଲ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ସଂପୃକ୍ତ କମିଟି ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଗଲା। ଶେଷରେ ବିଶ୍ବନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.