ଗଜପତି: ପବିତ୍ର ଦିପାବଳୀ ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ୍ ଉତ୍କଳ ବାଳାଶ୍ରମକୁ ପରିଦର୍ଶନରେ ଯାଇ ସେଠାରେ ଥିବା ସମସ୍ତ ଶିଶୁ ମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେମାନେ କିପରି ଆଗକୁ ବାଢିପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ।
ପରେ ଜିଲ୍ଲାପାଳ ଶିଶୁମାନଙ୍କୁ ମିଠା ବାଣ୍ଟିବା ସହ ଶିଶୁମାନଙ୍କ ନୃତ୍ୟ ଦେଖିଥିଲେ।

ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ , ବାତ୍ୟା ପରବର୍ତ୍ତି କାର୍ଯ୍ୟକୁ ନିରୀକ୍ଷଣ ନିମନ୍ତେ ଜିଲ୍ଲାର ଅତିରିକ୍ତ ଦାୟିତ୍ବରେ ଥିବା ଶ୍ରୀ ପୱନ କୁମାର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ ସମିତିର ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।