୨୮ତମ ସର୍ବଭାରତୀୟ ୱାଏମସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

0

ନୂଆପଡ଼ା,(ଅମିତ ପୁରୋହିତ)  ; ସ୍ଥାନୀୟ  ମିନିଷ୍ଟାଡିୟମ ଠାରେ ୟୁଥମାସ କ୍ଲବ ନୂଆପଡ଼ା ଦ୍ୱାରା ଆୟୋଜିତ ୨୮ ତମ ସର୍ବ ଭାରତୀୟ ୱାଏମସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ  ଭାବେ ମୁଖ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ବିଶିଷ୍ଟ ଅତିଥି ବରିଷ୍ଟ ଅଧିବକ୍ତା ପ୍ରଶନ୍ନ ଚନ୍ଦ୍ର ମହାପାତ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ ।

 ଉଦ୍ଘାଟନୀ ମ୍ୟାଚରେ ଆୟୋଜକ ୟୁଥମାସ କ୍ଲବ ବନାମ ଫରେଷ୍ଟ ଭିଲାଇ(ଛତିଶଗଡ) ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ୟୁଥମାସ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା ।  ନିର୍ଦ୍ଧାରିତ ୩୦ ଓଭରର ଖେଳରେ ୮ୱିକେଟ ବିନିମୟରେ ୨୫୩ ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ପ୍ରୟାସ ସିଂ ଠାକୁର ସର୍ବାଧିକ ୮୧ରନ ଓ ପ୍ରତିକ ପଟ୍ଟନାୟକ ୪୩ ଓ ବାଲେଶ୍ୱର ମାଝୀ ୪୨ରନ ସଂଗ୍ରହ କରିଥିଲେ । ଭିଲାଇ ଦଳ ପକ୍ଷରୁ ବ୍ରିଜେଶ ଚୈାହାନ ୨ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୨୫୪ରନ ର ବିଜୟ ଲକ୍ଷର  ପିଛାକରି ଫରେଷ୍ଟ ଭିଲାଇ ୨୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୭୭ରନ କରି ୭୬ରନରେ ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ବ୍ରିଜେଶ ୪୦ରନ ସଂଗ୍ରହ କରିଥିଲେ । ବିଜୟୀ ଦଳ ପ୍ରଥମ ଦଳ ଭାବେ ସେମିଫାଇନାଲ କୁ ପ୍ରବେଶ କରିଛି । ଆୟୋଜକ ୟୁଥମାସ କ୍ଲବ ର ପ୍ରୟାସସିଂ ଠାକୁରଙ୍କୁ ମେନ ଅଫ୍ ଦି ମ୍ୟାଚ ପୁରସ୍କାର  ଦିଆଯାଇଥିଲା । ପୁରଷ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ବରିଷ୍ଠ  କ୍ରିକେଟ ଖେଳାଳୀ ସୁରେଶ କୁମାର ସାହୁ ଯୋଗ ଦେଇ ପୁରସ୍କୃତ  କରିଥିଲେ । ଖେଳକୁ ଓସିଏ ପେନାଲ ଅମ୍ପାୟାର ଚୁଡାମଣି ପାଢୀ ଓ ବିଶ୍ୱମ୍ବର ମହାକୁଡ  ପରିଚାଳନା କରିଥିଲେ । ସ୍କୋରର ଭାବେ ଶୈଲେଶ ଶତପଥି, ଧାରାବିବରଣୀ ପ୍ରଦାନ କରିଥିଲେ ଜୟକିଶନ ସୁନାନୀ, କାର୍ତ୍ତିକ ନିଆଲ ଓ ଆସିଫ ବେଗ । କ୍ଲବର ସଭାପତି ଅମରେଶ ଦାଶ, ସଂପାଦକ ଭବାନୀ ବଗର୍ତ୍ତି, ସୁଧିର ମିଶ୍ର, ଜିତୁ ହୋତା, ସୈାରଭ ଜୈନ ପ୍ରମୁଖ ସହେଯାଗ କରିଥିଲେ ।

Leave A Reply

Your email address will not be published.