ବହୁ ଚର୍ଚ୍ଚିତ ଟେମରିମାଲ ହତ୍ୟା କାଣ୍ଡର ଖୁଲାସା , ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ । 

0

ବରଗଡ :- ଗତ ଡିସେମ୍ବର 24 ତାରିଖରେ ପାଇକମାଲ ଥାନା ଅନ୍ତର୍ଗତ ଟେମରିମାଲ ଗ୍ରାମର ଧନୁର୍ଜ ବରିହା ଥାନା ଅଧିକାରୀ ଙ୍କର ନିକଟରେ କରିଥିବା ଅଭିଯୋଗ ମୁତାବକ ତାଙ୍କର 23 ବର୍ଷୀୟ ଝିଅ 19 ତାରିଖ ଶୁକ୍ରବାର ସନ୍ଧ୍ୟା ସମୟରେ ଶୌଚ ପାଇଁ ଯାଉଛି କହି ଘରକୁ ଫେରିନଥିଲେ । ଏହାପରେ ପରିବାର ଲୋକେ ବହୁତ ଖଜାଖୋଜି କରିବା ପରେ ସୋମବାର ସନ୍ଧ୍ୟା ସମୟରେ ଗାଁ ନିକଟ ଜଙ୍ଗଲ ରୁ ଝିଅର ମୃତ ଦେହ ଠାବ କରିବା ସହିତ ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଥିଲେ । ଅତି ସମ୍ବେଦନଶୀଳ ମାମଲା ହେଇଥିବାରୁ ଥାନା ଅଧିକାରୀ ଓ ପଦ୍ମପୁର SDPO ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । କିଛି ସମୟ ମଧ୍ୟରେ ଘଟଣା ସ୍ଥଳକୁ  SP ଓ ଅନୁସନ୍ଧାନି କୁକୁର ତଥା ସିଂଟିଫିକ ଦଳ ପହଂଛି ପ୍ରମାଣ ସଂଗ୍ରହ କରିଥିଲେ । 

           ବହୁ କଷ୍ଟରେ ପୋଲିସ ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ସାହୁ ( 30 )କୁ ଗିରଫ କରିବା ରେ ସଫଳ ହେଇଛି । ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ  ଅଭିଯୁକ୍ତ ଓ ମୃତ ଯୁବତୀ ଜଣକର ଗତ ଛଅ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା କିନ୍ତୁ ଅଭିଯୁକ୍ତ ଏହି ଯୁବତୀ କୁ ବାହା ନହେଇ ଗତ 2 ବର୍ଷ ତଳେ ଅନ୍ୟ ଜଣକୁ ବାହା ହେଇଥିଲା । ଘଟଣା ଦିନ କୋଣସି କାରଣରୁ ଉଭୟଙ୍କ ମଧ୍ୟରେ କିଛି ତର୍କ ହେଇଥିଲା ଯାହାଫଳରେ ଅଭିଯୁକ୍ତ ଏହିଭଳି ନାରକୀୟ କାଣ୍ଡ ଘଟିଥିଲା । ଏକ ସ୍ପର୍ଶ କାତର ମାମଲା ହେଇଥିବାରୁ ବରଗଡ SP ପଦ୍ମିନୀ ସାହୁ ଓ ପଦ୍ମପୁର SDPO ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ପାଇକମାଲ ଥାନା ଅଧିକାରୀ ଏହି ମାମଲା ର କେଶ ନମ୍ବର 235 ଧାର 302 , 201 ରେ ମାମଲା ରୁଜୁ କରି ଆହୁରି ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତ ରାଜେନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.