କେନ୍ଦ୍ରୀୟ  ସୁରକ୍ଷା ବଳର ୪ର୍ଥ ବାଟାଲିୟନ ତରଫରୁ ମାଓ ପ୍ରବଣ ଡଙ୍ଗରିଆ କନ୍ଧଙ୍କ ଅଂଚଳରେ ଏକ ଜନସମ୍ପର୍କ ଶିବିର 

0

ରାୟଗଡ(ସରୋଜ ସାହୁ)ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଓ ପ୍ରବଣ ଡଙ୍ଗରିଆ କନ୍ଧଙ୍କ ଅଂଚଳ ପାର୍ସାଲି ପଂଚାୟତର କାଣସୁର ଗ୍ରାମରେ କେନ୍ଦ୍ରୀୟ ସୁରକ୍ଷା ବଳର ୪ର୍ଥ ବାଟାଲିୟନ ତରଫରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଶିବିରରେ କମାଣ୍ଡାଣ୍ଟ ୱାଇ. କେ. ରାଜପୁତ, ଦ୍ୱିତୀୟ କମାଣ୍ଡାଣ୍ଟ ଏସ. କେ. ଠାକୁର ଯୋଗ ଦେଇ ଏହି ଅଂଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହୁଥିବାରୁ ଡଙ୍ଗରିଆ ମାନଙ୍କୁ ସଚେତନ କରିଥିଲେ । ଏବଂ ସରକାରଙ୍କ ତରଫରୁ ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ଏହି ଯୋଜନାରେ ସାମିଲ ହୋଇ ସୂଖ୍ୟସ୍ରୋତରେ ଚାଲିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷିତ ଡଙ୍ଗରିଆ ଯୁବକ ଯୁବତୀ ମାନେ ଯଦି ଚାହିଁବେ କେନ୍ଦ୍ରିୟ ସୁରକ୍ଷା ବଳ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ନେଇ ଇଛା ପ୍ରକାଶ କଲେ ସେମାନଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି କମାଣ୍ଡଣ୍ଟ ୱାଇ. କେ. ରାଜପୁତ ପ୍ରକାଶ କରିଥିଲେ । ଉକ୍ତ ଶିବିରରେ ପାତଲମ୍ବା, କାଣସୁର, ପାର୍ସାଲି ଓ ତୋଟା ଗ୍ରାମର ବହୁ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ଏବଂ ସମସ୍ତ ଡଙ୍ଗରିଆଙ୍କୁ ଉକ୍ତ ଶିବିରରେ କମ୍ବଳ ବଣ୍ଟାଯାଇଥିଲା । କଲ୍ୟାଣସିଂହପୁର ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳର ଅତିରିକ୍ତ କମାଣ୍ଡାଣ୍ଟ ଗୁରୁ ଚରଣ ସ୍ୱାଇଁ ଉକ୍ତ ଶିବିରକୁ ପରିଚାଳନା କରିବା ସହ ଶିବିର ଉଦେ୍ଧଶ୍ୟରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ସିଆରପିଏଫର ବହୁ ଯବାନ ଯୋଗଦେଇଥିଲେ । 

 

Leave A Reply

Your email address will not be published.