ନୂଆ ବର୍ଷକୁ ନିଆରା ଢଙ୍ଗରେ ପାଳିଲେ କୁନା ପୁରୋହିତ 

0 1

ପଦ୍ମପୁର(ଶାସକ ପ୍ରଶାସକ) ଗତ କାଲି ସାରା ବିଶ୍ବରେ ୨୦୧୯ ବର୍ଷକୁ ବିଦାୟ ଦେଇ ସମସ୍ତେ ନୂତନ ବର୍ଷ ୨୦୨୦କୁ ସ୍ୱାଗତ ଜଣାଇଛନ୍ତି। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କୋଉଠି ଭୋଜି ତ  ଆଉ କୋଉଠି ନାଚ ଗୀତ ତ ଆଉ କେଉଁଠି ଲୋକେ ମତୁଆଲା ନୂଆ ବର୍ଷକୁ ସ୍ୱାଗତ କରିବାପାଇଁ । ହେଲେ ଏଭଳି ମାହୋଲ ଭିତରେ କିନ୍ତୁ ପଦ୍ମପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ(କୁନା)ଙ୍କ ମନେ ପଡିଛନ୍ତି ତାଙ୍କ ପ୍ରିୟ ମଣିଷ ଗୁଡାକ | ଜଡ଼ା ଶୀତରେ ମାନେ ପଡିଛନ୍ତି ସେଇ ମଣିଷ ମାନେ ଯେଉଁମାନଙ୍କ ପାଖରେ ଶୀତ ଦାଉ ସମ୍ଭାଳିବା ପାଇଁ ଶୀତବସ୍ତ୍ର ଖଣ୍ଡେ ନାହିଁ |  ଆଉ ସେ ଲୋକଙ୍କ ଗହଣରେ ଏକ ନିଆରା ଢଙ୍ଗରେ ପାଳିଛନ୍ତି ନୁଆଁ ବର୍ଷ  ଲୋକଙ୍କ ଆଂଦୋଳନରୁ ଜନ୍ମ ନେଉଥିବା ନେତା ଶ୍ରୀ  ପୁରୋହିତ | ନିର୍ବାଚନ ରାଜନୀତିରେ ସେ ପରାଜୟ ବରଣ କରିଥିଲେ ବି ଲୋକଙ୍କ ସାଥ ଛାଡ଼ିନାହାନ୍ତି | 

ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଥିବା କାରଣରୁ ନୂଆ ବର୍ଷ ପରିପ୍ରେକ୍ଷୀରେ  ଶ୍ରୀ ପୁରୋହିତ ନିଜ ସହଯୋଗୀଙ୍କ ଗହଣରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଅନ୍ତେବାସୀ ମାନଙ୍କୁ କମ୍ବଳ ବାଣ୍ଟିବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ | ତାପରେ କୁଷ୍ଠାଶ୍ରମ ଯାଇ ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ମଧ୍ୟ କମ୍ବଳ ଦେଇ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ବିଧାୟକ ଶ୍ରୀ ପୁରୋହିତଙ୍କ ଏହି ଅଭିଯାନରେ ଯୁବନେତା ଶ୍ରୀକାନ୍ତ ମିଶ୍ର, ସେବକ ମେହେର, ପ୍ରବୀଣ ମେହେର, ଶେଷଦେବ ମେହେର, ପଦ୍ମପୁର ବିଜେପି ମଣ୍ଡଳ ସଭାପତି ସୁନୀଲ ଅଗ୍ରୱାଲ, ସତ୍ୟ ବେହେରା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

 

Leave A Reply

Your email address will not be published.