ଓଡ଼ିଶାର ଇ-ଗେଜେଟ୍ ପୋର୍ଟାଲ୍ ଉଦ୍ଘାଟିତ

0 1

ଏହାର ପୂର୍ଣ୍ଣ ଉପଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ): ୫ “ଟି’ ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ଗେଜେଟ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତିା ନୂଆବର୍ଷ ଅବସରରେ ରାଜ୍ୟ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ ଉନ୍ମୋଚନ ସଭାରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଇ-ଗେଜେଟ୍ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ ସେ କହିଥିଲେ ଯେ ଇ-ଗେଜେଟ୍ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ ଖୁଣ୍ଟ  | ଏହା ଦ୍ୱାରା ଗେଜେଟ୍ ବିଜ୍ଞପ୍ତି ତ୍ୱରିତ ଓ ତ୍ରୁଟିମୁକ୍ତ ହେବା ଏହା ଦ୍ୱାରା ଟ୍ରକ୍ ଟ୍ରକ୍ କାଗଜର ପରିବହନ ଆବଶ୍ୟକ ପଡ଼ିବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ ମଧ୍ୟ କମ୍ ହେବ | ଇ-ଗେଜେଟ୍ ପୋର୍ଟାଲ୍ ବ୍ୟବସ୍ଥା ବିଷୟରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ୍ କହିଥିଲେ ଏଥିରେ ବିଭାଗ ଓ ବିଷୟଓ୍ୱାରୀ ଗେଜେଟ୍ ଖୋଜିବାର ବ୍ୟବସ୍ଥା ରହିବା ଗେଜେଟ୍ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡ଼ିବ ନାହି |  ଯେ କୌଣସି ବ୍ୟକ୍ତି http:// egazetteodisha.nic.in ରେ ଲଗ୍ଇନ୍ କରି ତାଙ୍କର ଆବଶ୍ୟକତା ଅନୁସାରେ ଗେଜେଟ୍ ପାଇପାରିବ | 

ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ ମିଶ୍ର କହିଥିଲେ ଯେ ଇ-ଗେଜେଟ୍ ଏକ ସ୍ୱୀକୃତିପ୍ରାପ୍ତ ସାର୍ବଜନୀନ ପତ୍ରିକା | ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି | ଏପରି ମୁଦ୍ରଣ ଆଇ.ଟି ଆଇନ୍ ଧାରା ୮ ଅନୁଯାୟୀ ଆଇନତଃ ସିଦ୍ଧ ଅଟେ | ଉଦ୍ଘାଟନୀ ସଭାରେ ହୋଇଥିବା ଉପସ୍ଥାପନାରୁ ଜଣାପଡ଼ିଛି ଯେ ସରକାରଙ୍କ ବିଭିନ୍ନ ବିଭାଗମାନେ ଇ-ଗେଜେଟ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କଲାପରେ ପ୍ରକାଶନ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲରେ  ଅପ୍ଲୋଡ୍ କରିବେ |ଗେଜେଟ୍ର ନମ୍ବର ଏବଂ ତାରିଖ ପୋର୍ଟାଲରେ  ପ୍ରଦର୍ଶିତ ହେବା ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି ଯେପରି କି କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରିପାରିବେ ନାହିାଁ ଏହି ପୋର୍ଟାଲ୍ ଏନ୍ଆଇସି ଦ୍ୱାରା ଡିଜାଇନ୍ କରାଯାଇଛି ଯାହାକି ଭାରତରେ ପ୍ରଥମ | 

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଉଦ୍ଘାଟନୀ ଉତ୍ସବରେ ଭାଗ ନେଇଥିଲେ ଲୋ 

Leave A Reply

Your email address will not be published.