ଭୁବନେଶ୍ୱର(ଶାସକ ପ୍ରଶାସକ) : କନିକା ପ୍ରଜା ଆନେ୍ଦାଳନ ନେତା ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ୪୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ୱର୍ଗତ ବେହେରାଙ୍କ ରାଜଧାନୀ ଭୁବନେଶ୍ୱର ରାଜଭବନ ନିକଟସ୍ଥ ପ୍ରତିମୂର୍ତ୍ତି ସ୍ଥଳରେ ଆଜି ନବ ବର୍ଷ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଶାନ୍ତ ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ, ବରିଷ୍ଠ ସାମ୍ବାଦିକ ଗୌରହରି ଦାସ, ପ୍ରଦ୍ୟୁମ୍ନ ଶତପଥି, ଶିକ୍ଷାବିତ୍ ଦୁର୍ଯ୍ୟୋଧନ କାଠୁଆ, ଉତ୍କଳ ଯାଦବ ମହାସଭା ଭୁବନେଶ୍ୱର ଜିଲ୍ଲା ସଭାପତି ସରୋଜ ବେହେରା, ପ୍ରଫୁଲ୍ଲ କୁମାର ଦାସ, କ୍ରୀଡ଼ା ପ୍ରଶିକ୍ଷକ କିଶୋର ମାଣିଆ, ବିଭୂତି ବେହେରା, ସାମାଜିକ କର୍ମୀ ସନାତନ ବେହେରା, ଡାଳଖାଇ ସଂକୀର୍ତ୍ତନ ମଣ୍ଡଳୀ ମହନ୍ତ ପ୍ରଦୀପ କୁମାର ଜେନା, ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ସଭାପତି ଲକ୍ଷ୍ମୀଧର ବେହେରା, ଅଧ୍ୟାପକ ଅସିତ୍ ଦାସଙ୍କ ସମେତ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ୱର୍ଗତ ବେହେରାଙ୍କ ସଂଗ୍ରାମୀ ଜୀବନ ଓ ଲୋକଙ୍କ ଅଧିକାର ପାଇଁ ସମର୍ପିତ ତ୍ୟାଗ ବିଷୟରେ ଆଲୋକପାତ କରିଥିଲେ । ପରିଶେଷରେ ଚକ୍ରଧର ବେହେରା ସ୍ମୃତି ସଂସଦ ତରଫରୁ ନରହରି ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.