ଏନଏସିର ଦାୟିତ୍ୱହୀନତା :  ଡ୍ରେନରୁ ଦାମ୍ବୁଡି, ପୋଖରୀରୁ ଗାଈ ଉଦ୍ଧାର

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ କଲେଜ ରୋଡ଼ ସରକାରୀ ମଧ୍ୟଇଂରାଜୀ ବିଦ୍ୟାଳୟ ପାଶ୍ୱର୍ରେ ଯାଇଥିବା ଖୋଲା ଡ୍ରେନରେ ପଡିଯାଇଥିବା ଏକ ଦମ୍ବୁଡ଼ିକୁ ଅଗ୍ନିଶମ ସେବା ବାହିନୀ ରବିବାର ରାତି ପ୍ରାୟ ୯ଟାବେଳେ ଉଦ୍ଧାର କରିଥିଲେ । ଓଡ଼ଗାଁ ଏନଏସିକୁ ସରସ ସୁନ୍ଦର ଏବଂ ସୁରକ୍ଷୀତ କରିବା ପାଇଁ ମୁଖ୍ୟ ସଡ଼କର ଉଭୟ ପାର୍ଶ୍ୱରେ  ନିର୍ମାଣ ହୋଇଥିବା ଡ୍ରେନକୁ ନିବୁଜ୍ କରାଯାଇଥିବା ବେଳେ ଡ୍ରେନ ଗୁଡିକୁ ସଫା କରିବା ପାଇଁ ରଖାଯାଇଥିବା ଖାଲି ସ୍ଥାନ ଗୁଡ଼ିକୁ କେତେକ ସ୍ଥାନରେ ଖୋଲା ଛାଡ଼ିଦିଆଯାଇଛି । ଏନେଇ ଦୃଷ୍ଟିଆକର୍ଷଣ କରାଯାଇଥିଲେ ମଧ୍ୟ ବିଭାଗୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ମୁଖ୍ୟରାସ୍ତାରୁ ବ୍ଲକ ରସ୍ତାର ସଂଯୋଗ ସ୍ଥଳର ଉଭୟ ପାର୍ଶ୍ୱ , ଗାନ୍ଧୀନଗର ସାହି ସଂଯୋଗ  ସ୍ଥଳ ଇତ୍ୟାଦି ବିଭିନ୍ନ ସ୍ଥାନରେ ଏହିପରି ଖୋଲା ରହିଥିବାରୁ  ବହୁବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବାକୁ ଦାବୀ ହେଉଛି । ସନ୍ଧ୍ୟା ସମୟରେ ଗୋଟିଏ ଗାଈ ପୋଖରି ପାଣି ଭିତରେ ପସିଯାଇ ବାହାରି ଆସିପାରିନଥିବାରୁ ଦମକଳ ବାହିନୀ ତାକୁ ମଧ୍ୟ ଆଜି ଉଦ୍ଧାର କରିଥିବା ଜଣାଯାଇଛି ।  

 

Leave A Reply

Your email address will not be published.