ରାଜ୍ୟସ୍ତରୀୟ ଓଷ୍ଟା ଶିଶୁ ମହୋତ୍ସବରେ ସାଗରିକାଙ୍କ କୃତିତ୍ବ

0

ପଦ୍ମପୁର- ପଦ୍ମପୁର ଲାଲ ବାହାଦୁର ଶାସ୍ତ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ସାଗରୀକା ଯୋଷୀ ରାଜ୍ଯ ସ୍ତରୀୟ ଓଷ୍ଟା ଶିଶୁ ମହୋତ୍ସବରେ ଅଂଶ ଗ୍ରହଣ କରି ଏକକ ନୃତ୍ୟ ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ଦ୍ଵିତୀୟ  ସ୍ଥାନ ଅଧିକାର କରିଛି। ଏହି କାର୍ଯ୍ୟକ୍ରମଟି କଟକ ସ୍ଥିତ ସହିଦ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ସେ ବ୍କକ ସ୍ତରରେ ଓ ଜିଲ୍ଲା ସ୍ତରରେ ଏକକ ନୃତ୍ୟରେ ପ୍ରଥମ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ। ଏହି ପୁରସ୍କାର ବିଦ୍ୟାଳୟ ଗୌରବ ବୃଦ୍ଧି କରିବା ସହ ଅଞ୍ଚଳର ଗୌରବ ବୃଦ୍ଧି ରେ ମଧ୍ୟ  ସହାୟକ ହୋଇଛି। ଏହି ନୃତ୍ୟ ପାଇଁ ଦର୍ଶିତାରେ ଶିକ୍ଷୟିତ୍ରୀ ସଂଯୁକ୍ତା ରଥଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ,ପିତାମାତା, ଅଞ୍ଜଳି ପରିଡା, ନାଟ୍ୟକାର କେଶ ରଂଜନ ପ୍ରଧାନଙ୍କ ଅବଦାନ ରହିଛି ।  ଏଥିରେ ବିଭିନ୍ନ ମହଲରୁ ସାଗରିକାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ନାଥ ସାଗରୀକାଙ୍କୁ ଅଭିବାଦନ ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ  କାମନା କରଛନ୍ତି।

Leave A Reply

Your email address will not be published.