ଫେବୃୟାରୀ ମାସରେ ମଡେଲ କୋର୍ଟ ବିଲଡିଙ୍ଗ୍ ଉଦ୍ଘାଟିତ ହେବ !

0

ସ୍ଥିତି ଅନୁଧ୍ୟାନ ସହ ଶ୍ରୀ ରଘୁନାଥଙ୍କ ଦର୍ଶନ କଲେ ନ୍ୟାୟାଧୀଶ ଜଷ୍ଟିସ ବିଶ୍ୱନାଥ ରଥ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ) : ଦିର୍ଘଦିନ ଧରି ନିର୍ମାଣାଧିନ ରହିଥିବା ମଡେଲକୋର୍ଟ ବିଲଡିଙ୍ଗ୍ ଓଡ଼ଗାଁ ଉଦ୍ଘାଟିତ ହେବ ବୋଲି ସ୍ୱତନ୍ତ୍ର ଗସ୍ତରେ ଆସିଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମାନ୍ୟବର ନ୍ୟାୟାଧୀଶ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି । ଆଜି ଜଷ୍ଟିସ୍ ରଥ ଓଡ଼ଗାଁ ଗସ୍ତରେ ଆସି କ୍ଷେତ୍ରାଧିଶ ଶ୍ରୀଶ୍ରୀରଘଘୁନାଥ ଜିଉଙ୍କ ଦର୍ଶନ କରିଥିଲେ । ଡାକବଙ୍ଗଳାରେ ଆସି ପହଁଚିବା ପରେ ନୟାଗଡ଼ ଜିଲ୍ଲା ଦୈାରାଜଜ୍ ଗୋପାଳଚନ୍ଦ୍ର ପଟ୍ଟନାୟକ, ଜିଲ୍ଲାପାଳ ପୋମା ଟୁଡୁ, ଏସ୍ ପି ଶଶୀଭୁଷଣ ଶତପଥି ଓଡ଼ଗାଁ ଗ୍ରାମ୍ୟ ନ୍ୟାୟାଳୟର ସିଭିଲ ମାଜିଷ୍ଟ୍ରେଟ  ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ରେଜିଷ୍ଟାର ନରୋତ୍ତମ  ସେଠୀ ଏବଂ ବାରଆସୋସିଏସନ୍ ତରଫରୁ ସଭାପତି ଇନ୍ଦୁଭୁଷଣ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଜଷ୍ଟିସ୍ ରଥଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ନର୍ମାଣାଧିନ କୋର୍ଟ ବିଲଡିଙ୍ଗ୍ କୁ ଯାଇ ପୁର୍ଣ୍ଣ ତଦାରଖ କରିବା ପରେ ୨୦୨୦ ଜାନୁୟାରୀ ୩୧ ସୁଧା ଅବଶିଷ୍ଟ କାମ ସାରିବାକୁ ନିର୍ଦ୍ଦେଶ  ଦେଇଥିଲେ । ଫେବୃୟାରୀ ମାସରେ ବିଲଡିଙ୍ଗର ଉଦଘାଟନ କରାଯିବ ବୋଲି ସେଠାରେ ଉପସ୍ଥିତ ସମସ୍ତଙ୍କୁ ସୁଚନା ଦେଇଥିଲେ । 

Leave A Reply

Your email address will not be published.