ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ସପ୍ତମ ଦିବସ ଥିଲା। ମୁଖ୍ୟ ଅତିଥି ଭାବରେ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ରାମଚନ୍ଦ୍ର ସାହୁ ଯୋଗ ଦେଇ ଥିଲେ। ଆଜି ଅନୁଷ୍ଠିତ ଦ୍ବିତୀୟ ସେମି ଫାଇନାଲ ମ୍ଯାଚ ଟିକୁ ୨୦- ୧୦ ଫର୍ମାଟ ବଦଳରେ ୩୦ ଓଭର ବିଶିଷ୍ଟ କରାଯାଇଥିଲା। ଟସ ଜିତି ଜାମସେଦପୁର ଷ୍ଟୁଡେଣ୍ଟ ୟୁନାଇଟେଡ ପ୍ରଥମେ ବ୍ୟାଟିଂ କରିଥିଲେ ଓ ସମସ୍ତ ୱିକେଟ ହରାଇ ୧୧୭ ରନ କରିଥିଲେ। ଦଳ ପକ୍ଷରୁ ବିଶାଳ ସିଂ ୩୪ ରନ, ଉଜ୍ବଳ ପାଳ ୩୩ ରନ୍, କୁମାଲ କୁମାର ୧୧ ରନ କରିଥିଲେ। ପରେ ବ୍ୟାଟିଂ କରି ଇଷ୍ଟ କୋଷ୍ଟ ଖୋର୍ଦ୍ଧା ୧୭ ଓଭର ରେ ୨ ୱିକେଟ ହରାଇ ଆବଶ୍ୟକ ରନ କରି ନେଇଥିଲେ ଓ ଜାମସେଦପୁର କୁ ୮ ୱିକେଟ ରେ ପରାସ୍ତ କରି ଦ୍ବିତୀୟ ଦଳ ଭାବରେ ଫାଇନାଲ କୁ ଉନ୍ନୀତ ହୋଇଛନ୍ତି। ଖୋର୍ଦ୍ଧା ପକ୍ଷରୁ କାମେଶ୍ଵର ବାରିକ ୪୦ ରନ, ପ୍ରଶାନ୍ତ ସାହୁ ୩୩ ରନ୍, ସମୀର ମହାନ୍ତି ୨୨ ରନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଭୀମସେନ ସାହୁ, ନାରାୟଣ ସାହୁ ଯୋଗ ଦେଇ ମଳୟ ଜେନାଙ୍କୁ ମ୍ଯାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବିସିସିଆଇ ଦ୍ବାରା ନିଯୁକ୍ତ ମହେଶ ମୁନସୀ, ଓ ସିଂଏ ଦ୍ବାରା ନିଯୁକ୍ତି ସଚ୍ଚିଦାନନ୍ଦ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ଅଶୋକ ସାହୁ, ପ୍ରମୋଦ ଦାସ ସ୍କୋରର ଦାୟିତ୍ବ ତୁଲାଇଥିଲେ। ରମେଶ ଚନ୍ଦ୍ର ସାହୁ, କାର୍ତ୍ତିକ ନିଆର ଧାରା ବିବରଣୀ ପାଠ କରିଥିଲେ। ସଞ୍ଜୟ ନାଏକ ରେଫରୀ ଦାୟିତ୍ବ ତୁଲାଇଥିଲେ। ଅଭିନ୍ନ ସାହୁ, ସଚ୍ଚିନ ମାଝୀ, ପଣ୍ଟୁ ସାହୁ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ସୋମବାର ଦିନ ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ।
Sign in
Sign in
Recover your password.
A password will be e-mailed to you.