ଦିଲ୍ଲୀର କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଜିଲ୍ଲାରେ ହିଂସା ଭିଆଇଥିଲେ ପ୍ରଦୀପ 

0

ପ୍ରଦୀପଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  କେବେ ନେବ ପିସିସି?:ବିଜେପି

ଭୁବନେଶ୍ୱର : ଗତ ୨୬ ତାରିଖରେ ନବରଙ୍ଗପୁର ଜିଲା କୋଷାଗୁଡ଼ା ନାବାଳିକା ଦୁଷ୍କର୍ମ ଘଟଣାରେ ପିସିସି  କାର୍ଯ୍ୟକାରୀ ସଭାପତି ପ୍ରଦୀ ମାଝୀଙ୍କ ବିବାଦୀୟ ବୟାନ ଦୁଷ୍କର୍ମ ପୀଡିତା ପାଇଁ ନଥିଲା ବରଂ ନାଗରିକତା ସଂଶୋଧନ   ଆଇନ ବିରୁଦ୍ଧରେ ଜିଲ୍ଲାରେ ବନ୍ଦ ଡାକରା ନାଁ ରେ ହିଂସା ଭିଆଇବା ମୂଳ ଲକ୍ଷ୍ୟ ଥିଲା । କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିଦେ୍ର୍ଧଶ କ୍ରମେ ସାରା ଭାରତରେ ସିଏଏ ବିରୁଦ୍ଧରେ ନିଆଁ ଲଗାଯାଇ ରାଷ୍ଟ୍ରୀୟ ସଂପତିକୁ ନଷ୍ଟ କରାଯାଉଛି । ସେହି କ୍ରମରେ ଶ୍ରୀ  ମାଝୀ ରାଜ୍ୟରେ ନିଆଁ ଲଗାଇ ଲୋକମାନଙ୍କ ମନରେ ହିଂସା ଏବଂ ଭୟର ବାତାବରଣ ସୃଷ୍ଟି କରିବା ।ଇଁ ପ୍ରୟାସ କରିଥିଲେ । ପ୍ରଦୀ ମାଝୀଙ୍କ ବୟାନକୁ ପିସିସି ସଭାପତି ନିରଜଂନ ପଟ୍ଟନାୟକ ଅତି ହାଲୁକା ଭାବେ ନେଇ ଭାବବିହ୍ୱଳ ଏବଂ ଧୈର୍ଯ୍ୟ ଚ୍ୟୁତି  ହରାଇବା ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । 

ମହାତ୍ମାଗାନ୍ଧୀ ସଂଖା୍ୟଲଘୁ ମାନଙ୍କୁ ନାଗରିକତା ଦେବା ପାଇଁ କହିଥିବା ସମୟରେ କଂଗ୍ରେସ ସାରା ଭାରତବାସୀଙ୍କୁ ଭ୍ରମିତ କରି ହୀନ ରାଜନୀତି କରି ଚାଲିଛି । ସିଏଏ ବିରୁଦ୍ଧରେ ଓଡିଶାରେ ନିଆଁ ଲଗାଇବାର ଯେଉଁ ଅପଚେଷ୍ଟା ଶ୍ରୀ  ମାଝୀ କରିଛନ୍ତି ତାହା ପଦାରେ ପଡିବା ପରେ କଂଗ୍ରେସ ଖସିଯିବା ପାଇଁ ଗଳା ବାଟ ଖୋଜୁଛି । ଗାନ୍ଧୀଙ୍କ ଆଦର୍ଶରେ ପରିଚାଳିତ କଂଗ୍ରେସ ଦଳ ଶ୍ରୀ  ମାଝୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ ଶ୍ରୀ  ମାଝୀ ଓଡିଶାକୁ ଅଶାନ୍ତ କରିବା ପାଇଁ ଚେଷ୍ଟା କରୁଥିଲେ । ଓଡିଶାର ଶାନ୍ତି ପ୍ରିୟ ଜନତାଙ୍କ ବିଭ୍ରାନ୍ତି କରି କଂଗ୍ରେସ ହିଂସା ଭିଆଇବା ପାଇଁ ନିଜ କାର୍ଯ୍ୟକର୍ତାମାନଙ୍କୁ ଉସକାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଅହିଂସା ମାର୍ଗରେ ଚାଲିବା କଥା କହୁଥିବା କଂଗ୍ରେସ ତୁରନ୍ତ ହିଂସାତ୍ମକ କାର୍ଯ୍ୟ କରିଥିବା ଶ୍ରୀ ମାଝୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଯଦି କଂଗ୍ରେସ ୍ରଦୀ ମାଝୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକଲା ତେବେ ସ୍ପଷ୍ଟ ହୋଇଯିବ ଯେ, ଦିଲ୍ଲୀର କଂଗ୍ରେସ ହାଇକମାଣ୍ଡଙ୍କ ନିଦେ୍ର୍ଧଶରେ ଶ୍ରୀ ମାଝୀ ଏଠି ନିଆଁ ଲଗାଇ ହିଂସା ଭିଆଇବାକୁ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.