ପଦ୍ମପୁର (ଶାସକ ପ୍ରଶାସକ )ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଖଇରପାଲି ଦଳ ନିର୍ଦ୍ଧାରିତ ୧୮ ଓଭରରେ ୧୦ ଉଇକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲେ। ଏହାର ଜବାବ ରେ ଚିଙ୍ଗେରବନ୍ଧ ଦଳ ୧୮ ଓଭର ରେ ସମସ୍ତ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରି ୭ ରନ ରେ ପରାଜିତ ହୋଇଥିଲେ । ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଝସକେତନ ସାହୁ ମୁଖ୍ୟ ଅତିଥି ଓ କିଶୋର ପାତ୍ର, ନରେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଚମ୍ପିୟାନ ଖଇରପାଲି ଦଳକୁ ଟ ୧୦୦୦୦/- ସହ ଟ୍ରଫି ଏବଂ ରନର୍ସ ଅଫ ଚିଙ୍ଗେରବନ୍ଧ ଦଳକୁ ଟ ୬୦୦୦/- ସହ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଧବ ସାହୁ, ସୁନୀଲ ବେହେରା, ନୀଳାମ୍ବର ସାହୁ, ସୁରେନ୍ଦ୍ର ରଣା, ବିଜୟ ସାହୁ ମନସ୍ଥ ଥିଲେ। ଖଇରପାଲିର ଅର୍ଜୁନଙ୍କୁ କୁ ମେନ ଅଫ ଦି ସିରିଜ ଓ ସଲିମଙ୍କୁ ମେନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ମ୍ୟାଚକୁ ଅମ୍ପାୟାର ପ୍ରତାପ ଓ ସନମ ପରିଚାଳନା କରିଥିଲେ ଏବଂ ମତିଲ ଓ ସୁଜିତ ସ୍କୋରିଂ ଦାୟିତ୍ଵ ରେ ଥିଲେ। ଦେବାଶିଷ ଚକ୍ରବର୍ତ୍ତୀ ଓ ଦେବାଶିଷ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ। ଜଗନ, ନିଶୀଥ, ଚନ୍ଦନ, ରାଘବ, ଶିଶିର, ରାଜୁ, ଖଗେଶ୍ବର, ବିଜୁ, ସତ୍ୟବାଦୀ, ଦେବଜ୍ୟୋତି, ଅକ୍ଷୟ ଓ ଶ୍ରୀକାନ୍ତ ସହଯୋଗ କରିଥିଲେ। ଶେଷରେ ଭୂମିରାଜ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.