ଲଜରେ ଅନୈତିକ କାର୍ଯ୍ୟ ଚଳାଇବା ଅଭିଯୋଗ: ଦୁଇ ମାଲିକ ଗିରଫ

0

ବାରିପଦା(ଦିଲ୍ଲୀପ ମହାନ୍ତି )-  ଲଜରେ ଅନୈତିକ କାର୍ଯ୍ୟ ଚାଲୁରହିଥିବା ଅଭିଯୋଗରେ ଡ଼ିସେମ୍ବର ୨୧ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନିଦେ୍ର୍ଧଶ କ୍ରମେ ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ବାରିପଦା ପୌରପରିଷଦର ୪ ନମ୍ବର ୱାଡର଼୍ରେ ଥିବା ଶାନ୍ତି, କ୍ରିଷ୍ଣା ଓ ଶ୍ରୀକ୍ରିଷ୍ଣା ଲଜ ଉପରେ ଚଢ଼ାଉ କରାଯାଇ ୧୫ ଯୋଡ଼ା ଯୁବକ ଯୁବତୀ ସହ ହୋଟେଲ ମ୍ୟାନେଜରଙ୍କୁ ଥାନାରେ ଅଟକ ରଖାଯିବା ପରେ ୧୫ ଜଣ ଯୁବତୀଙ୍କୁ ସୁଧାର ଗୃହରେ ଛାଡ଼ା ଯାଇଥିବା ବେଳେ ଯୁବକ ୧୫ ଜଣଙ୍କୁ ଡ଼ାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରଯାଇଥିଲା । । ଏଥି ସହିତ ଶ୍ରୀକ୍ରିଷ୍ଣା ଲଜ ମାଲିକ ମନୋଜ କୁମାର ଦାସ ଓରଫ ଟୁକୁନ(୫୪)ଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ୪୧୧/୨୦୧୯ ଓ କ୍ରିଷ୍ଣା ଲଜ ମାଲିକ ଦିଲ୍ଲୀପ କୁମାର ଦାସ(୪୮)ଙ୍କ ନାମରେ କେଶ ନଂ ୪୧୨/୨୦୧୯ରେ ମାମଲା ରୁଜୁ କରାଯାଇଥିଲା ।  ଆଜି ଉକ୍ତ ମାମଲାରେ ଦୁଇ ଲଜର ମାଲିକ ଦିଲ୍ଲୀପ ଓ ମନୋଜକୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । 

Leave A Reply

Your email address will not be published.