ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ବିଧାନସଭା ସଚିବାଳୟରେ କାର୍ଯ୍ୟରତ ୧୪ ଜଣ ଡାଟା ଏଣ୍ଟି୍ର ଅପରେଟରଙ୍କର କମ୍ପ୍ୟୁଟର ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ପ୍ରମାଣପତ୍ରର ଯାଞ୍ଚ ନିମନ୍ତେ ସଂପୃକ୍ତ ପ୍ରମାଣପତ୍ର ପ୍ରଦାନକାରୀ କମ୍ପ୍ୟୁଟର ସଂସ୍ଥା ନିକଟକୁ ପତ୍ର ପ୍ରେରଣ କରାଯାଇଥିଲାା ଅଦ୍ୟାବଧି ସେଥି ମଧ୍ୟରୁ ଦୁଇଟି କମ୍ପୁଟର ସଂସ୍ଥା ଏ ସଂପର୍କିତ ପତ୍ରର ଉତ୍ତର ଦେଇ ପ୍ରମାଣପତ୍ର ଦୁଇଟି ଅସଲି ଥିବା ଜଣାଇଛନ୍ତିା ପର୍ଯ୍ୟାପ୍ତ ଠିକଣା ନଥିବାରୁ ୯ଟି ସଂସ୍ଥାକୁ ପଠାଯାଇଥିବା ପତ୍ର ଫେରି ଆସିଛିା ୩ଟି ସଂସ୍ଥାରୁ ଉତ୍ତର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିାଁ ଏହି ପରିପ୍ରେକ୍ଷୀରେ ଯେଉଁ ପ୍ରମାଣପତ୍ରଗୁଡ଼ିକ ଅସଲି ବୋଲି ପ୍ରମାଣିତ ନହୋଇଛି ସେ ପର୍ଯ୍ୟନ୍ତ ସେଗୁଡ଼ିକୁ ନକଲି ବୋଲି ବିବେଚନା କରାଯିବା ଆଗାମୀ ୭ ଦିନ ମଧ୍ୟରେ ଯଦି ସଂପୃକ୍ତ କର୍ମଚାରୀମାନେ ଦେଇଥିବା ପ୍ରମାଣପତ୍ରର ପା୍ରମାଣିକତା ପ୍ରତିପାଦନ ନକରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହାର ବିଧିବଦ୍ଧ ତଦନ୍ତ ଭାର ଓଡ଼ିଶା ପୋଲିସର ଅପରାଧ ଶାଖାକୁ ପ୍ରଦାନ କରାଯିବା
Sign in
Sign in
Recover your password.
A password will be e-mailed to you.