ସିନାପାଲି ଶକ୍ତି ପୀଠର ୩୮ ତମ ବାର୍ଷିକ ଉତ୍ସବ ତଥା ୯ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

0

.ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ :ନୂଆପଡା ଜିଲ୍ଳା ସିନାପାଲି ଶକ୍ତି ପିଠର ୩୮ ତମ ବାର୍ଷିକ ଉତ୍ସବ ତଥା ୯ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଂଚଳର ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରତ୍ୟହ ସାମୁହିକ ଜପ,ଜାଗରଣ,ଆରତୀ,ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା। ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଟିତ ହୋଇଛି ମୁଖ୍ୟକର୍ତା ଭାବରେ ପ୍ରଦୀପ ଜୈନ ଓ ସପତ୍ନୀ ,ଓ ୯ଜଣ କର୍ତା ଦାଇତ୍ୱ ନିର୍ବାହ କରିଥିବା   ବେଳେ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ଯଥା ମୁଣ୍ଡନ, ବିଦ୍ୟାରମ୍ଭ, ଫୁଂସବନ, କୁମାରିବ୍ରତ, ଆୟୋଜିତ ହୋଇଥିଲା ।ସିନାପାଲି ଗାୟତ୍ରୀ ପରିବାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଟୋଲି ଭାବରେ ,ହରିଦ୍ୱାରରୁ ଆସିଥିବା ଜୁହି କୁନାଵତ, ସମୀକ୍ଷା ନେହରା,ମେଧା ପତିଦାର,ଓ ସିନାପାଲି ର ପୂର୍ଣ୍ଣଚନ୍ଦ୍ର ମେହେର, ତ୍ରିନାଥ ମେହେର, ତରୁଣ କୁମାର ମେହେର,କେଶବ ମେହେର, ଚନ୍ଦ୍ର ଧୀବର, ଓ ପୂଜକ ଭାବରେ ଦୟା ମେହେର ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ହୀରାଲାଲ ଅଗ୍ରୱାଲ ,ସାନୁର୍ଯ୍ୟ ମେହେର,ଶ୍ରୀକାନ୍ତ ମେହେର, ସରୋଜ ମେହେର, ଚଇବନ ମେହେର, ରାଜେନ୍ଦ୍ର ନାୟକ, ମୁନେଶ ଅଗ୍ରୱାଲ, ଦିନେଶ ମେହେର ,ଆଦର୍ଶ ଯୁବକ ସଂଘ,ପ୍ରଜ୍ଞା ମହିଳା ମଣ୍ଡଳ,ଦୁର୍ଗା ମହିଳା ମଣ୍ଡଳ ସିନାପାଲି ର ସମସ୍ତ ମହିଳା ମଣ୍ଡଳ ସହ ସମସ୍ତ ଯୁବକ ସଂଘ ଉପସ୍ଥିତ ରହି ସହଯୋଗ କରିଥିଲେ।ପୂର୍ଣ୍ଣାହୁତି ପରେ ସମସ୍ତ ଉପସ୍ଥିତ ଶ୍ରଦ୍ଧାଳୁ ଅନ୍ନପ୍ରସାଦ ଗ୍ରହଣ କରିଥିଲେ!

Leave A Reply

Your email address will not be published.